www.samajalive.in
Wednesday, November 19, 2025
29.1 C
Bhubaneswar

ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦ ଓ ତାଙ୍କ ପରିବାର ସଦସ୍ୟଙ୍କର ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ:ଆସନ୍ତା ମାସ ଦ୍ବିତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ଯଦିଓ ଔପଚାରିକ ଭାବରେ ଏ ସମ୍ପର୍କରେ ତାରିଖ ଘୋଷଣା ହୋଇନାହିଁ, ତଥାପି ସେପ୍ଟେମ୍ବର ୧୪ରୁ ସଂସଦ ଅଧିବେଶନ ବସିବା ଆକଳନ ହୋଇଛି । ଏହା ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସଂସଦ ଅଧିବେଶନ ୭୨ ଘଣ୍ଟା ପୂର୍ବରୁ ସବୁ ସାଂସଦ ଓ ସେମାନଙ୍କ ପରିବାରର କରୋନା ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି ।
ଶ୍ରୀ ବିର୍ଲା କହିଛନ୍ତି ଯେ ସଂସଦ ଅଧିବେଶନ ସମୟରେ ସାଂସଦମାନଙ୍କର ଯୋଗଦାନକୁ ପ୍ରାଥମିକତା ଦିଆଯାଉଛି ଏବଂ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଗୁରୁବାର ଏ ସମ୍ପର୍କରେ ଲୋକସଭା ଓ ରାଜ୍ୟସଭାର ମହାସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ବୈଠକ ହୋଇଛି । ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଦୁଇ ସଦନର ଅଧିକାରୀ, ଡ଼ିଆରଡ଼ିଓ ଓ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଏମ୍ସର ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ମହାନିର୍ଦେଶକ ବଳରାମ ଭାର୍ଗବ, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରମୁଖ ମଧ୍ୟ ଯୋଗଦେଇଥିଲେ ।
ଏହି ଅବସରରେ ଶ୍ରୀ ବିର୍ଲା କରୋନା ମହାମାରୀ ଯୋଗୁଁ ସଂସଦ ଇତିହାସରେ ବହୁତ କିଛି ପରିବର୍ତନ ହେବାକୁ ଯାଉଛି । ସାଂସଦ ଓ ଅନ୍ୟମାନେ ସାମାଜିକ ଦୂରତ୍ବ ପାଳନ କରିବାପାଇଁ ନୂତନ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସେହିପରି ଲୋକସଭା ଓ ରାଜ୍ୟସଭାର ବୈଠକ ଏକ ସମୟ ପରିବର୍ତ୍ତେ ପାଳି କରି ବସିବ ଏବଂ ଗୋଟିଏ ସଦନ ବୈଠକ ସକାଳ ଓଳି ଓ ଅନ୍ୟ ଗୋଟିଏ ସଦନର ବୈଠକ ଉପରଓଳି ଅନୁଷ୍ଠିତ ହେବ ବୋଲି କହିଛନ୍ତି ।

Hot this week

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

Related Articles

Popular Categories