www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ: ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ

ସମାଜ ଡିଜିଟାଲ ଡେସ୍କ: ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବି.ଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍‍ ବି.ଆର ଗବାଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ଆଇନଜୀବୀ କହିଥିଲେ ଯେ ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ ।

ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ସଂପୃକ୍ତ ଆଇନଜୀବୀଙ୍କୁ ଧରି ପୁଲିସର ଜିମା ଦେଇଥିଲେ । ପୁଲିସ ଅଭିଯୁକ୍ତ ଆଇନଜୀବୀ ରାକେଶ କିଶୋରଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍‍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ସିଜେଆଇ ଗବାଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।

- Advertisement -

ଏହି ଘଟଣା ସମୟରେ କୋର୍ଟରେ ଉପସ୍ଥିତ ଜଣେ ଆଇନଜୀବୀ କହିଛନ୍ତି ଯେ କୋର୍ଟରୁମରୁ ବାହାରକୁ ନେଇଯିବା ସମୟରେ ରାକେଶ ଚିତ୍କାର କରି କହୁଥିଲେ ଯେ ଭାରତ ସନାତନ ଧର୍ମର କୌଣସି ଅପମାନକୁ ସହ୍ୟ କରିବ ନାହିଁ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories