www.samajalive.in
Monday, December 15, 2025
15.1 C
Bhubaneswar

‘ଟୋକିମରା’ ପର୍ବରେ ଅଜଣା ବ୍ୟକ୍ତିର ଆକ୍ରମଣ ଘଟଣା ; ଆହତ ଯୁବକ ମୃତ

କଲମପୁର : ରବିବାର ବରଦୋଳି ଠାରେ ଆୟୋଜିତ ‘ଟୋକିମରା’ ପର୍ବ ପାଳନ ଅବସରରେ ମାଂସ ଜୁର କରୁଥିବା ସମୟରେ କୌଣସି ଅଜଣା ବ୍ୟକ୍ତିର ମାଡରେ ଆହତ ହେଇଥିବା ଯୁବକର ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ପ୍ରାପ୍ତ ସୂଚନା ଅନୁସାରେ ରବିବାର ଦିନ ବଡକୁଟୃ ଗ୍ରାମର ରସିକ ବାଗଙ୍କ ଏକମାତ୍ର ପୁଅ ପ୍ରେମ ଲାଲ ୨୮ ବର୍ଷ କଲମପୁର ନିକଟସ୍ତ ବରଦୋଳି ଗ୍ରାମରେ ଆୟୋଜିତ ହେଉଥିବା ‘ଟୋକିମରା’ ପର୍ବ ଦେଖିବା ପାଇଁ ଆସିଥିଲେ। କିଛି ସାଙ୍ଗଙ୍କ ସହିତ ମିଶି ଭିଡ ଭିତରେ ପଶି ବଳି ମାଂସ ଜୁର କରୁଥିବା ବେଳେ ହଠାତ୍‍ କୌଣସି ଅଜଣା ବ୍ୟକ୍ତିର ମାଡରେ ପ୍ରେମଲାଲଙ୍କ ମୁଣ୍ଡର ପଛ ଭାଗରେ ମାଡ ହେଇଥିଲା। ଏହି ମାଡ କାରଣରୁ ପ୍ରେମ ଲାଲ ଘଟଣା ସ୍ଥଳରେ ଗୁରୁତର ହେଇ ପଡିଥିଲେ। ତାଙ୍କ ସହିତ ଥିବା କିଛି ସାଙ୍ଗ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କର ଅବସ୍ଥା ସ୍ଥିର ନହେବାରୁ ତାଙ୍କୁ ରାତିରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ତାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳ ୧୦ ବେଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଅନ୍ୟପଟେ ଆକ୍ରମଣ କରିଥିବା ବ୍ୟକ୍ତିର କୌଣସି ସୂଚନା ମିଳିପାରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories