ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ
ସୋର : ବାହାନଗା ବ୍ଲକ ଉପରଆଡିଆ ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦଳୀୟ ପୋଷ୍ଟର ନେଇ ଆସୁଥିବା ବେଳେ ଜଣେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭୁଜାଲି ମାଡରେ ବିଜେଡି କର୍ମୀ ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ଯୁବକ ବିରୋଧୀ ଦଳର ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.