ସୋର : ଦୁବୃର୍ତ୍ତମାନେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି। ଏପରି ଘଟଣା ବାଲେଶ୍ବର ଜିଲା ସିମୁଳିଆ ଥାନା ଅଡାବଜାର ନିକଟରେ ଘଟିଛି। ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଅଡାବଜାରରେ ଥିବା ଏସବିଆଇର ଏକ ଏଟିଏମ୍କୁ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



