www.samajalive.in
Sunday, December 14, 2025
19.1 C
Bhubaneswar

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଗାୟବ

ଯାଜପୁର: ଯାଜପୁର ଜିଲା ଜାରକା ଏସବିଆଇ ଶାଖାର ଗ୍ରାହକ ଧିରେନ୍ଦ୍ର ମହାନ୍ତିଙ୍କ ଏଟିଏମ୍ ହ୍ୟାକ୍ ହୋଇ ୪୦ ହଜାର ଟଙ୍କା ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି। ଧିରେନ୍ଦ୍ରଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଛି। ଏପରିକି ମୋଇବାଲ ନମ୍ବରକୁ କୌଣସି ମେସେଜ୍ ମଧ୍ୟ ଆସିନାହିଁ।
ସୂଚନା ଅନୁସାରେ, ଗତ ନଭେମ୍ବର ୭ ତାରିଖରେ ସେ ଏଟିଏମ କାର୍ଡ଼ ସାହାଯ୍ୟରେ ୨ହଜାର ଟଙ୍କା ଉଠାଇଥିଲେ। ପରେ ତାଙ୍କ ଆକାଉଣ୍ଟରେ ୧ଲକ୍ଷ ୨୯ହଜାର ଟଙ୍କା ବାଲାନ୍ସ ରହିଥିବା ମୋବାଇଲକୁ ମେସେଜ୍ ଆସିଥିଲା। ଏହାପରେ ଡିସେମ୍ବର ୯ ତାରିଖରେ ଧିରେନ୍ଦ୍ର ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ କାର୍ଡ କାମ କରିନଥିଲା। ପରେ ସେ ଶାଖା ସହ ଯୋଗାଯୋଗ କରିବାରୁ ତାଙ୍କ ଏଟିଏମ ବ୍ଲକ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ପରଦିନ ସେ ଜମା ଖାତା ଆଣି ଆକାଉଣ୍ଟ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଗାୟବ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏହି ଟଙ୍କା ଝାଡ଼ଖଣ୍ଡ ରାଞ୍ଚି କଣ୍ଟାଟୋଲି ଛକ ସ୍ଥିତ ଏଟିଏମ କାଉଣ୍ଟରରୁ ସେହି ଦିନ ରାତି ୧୧.୧୯ମି. ସମୟରେ କ୍ରମାନ୍ୱୟରେ ୧୦ହଜାର ଟଙ୍କା କରି ୪ଥର ଉଠାଯାଇଥିବା ଷ୍ଟେଟମେଣ୍ଟରୁ ଜଣାପଡିଛି। ଏ ସଂପର୍କରେ ଧିରେନ୍ଦ୍ର ଶାଖା ପରିଚାଳକ ଓ ଧର୍ମଶାଳା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଶାଖା ପରିଚାଳକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ ଏସବିଆଇ ଭୁବନେଶ୍ୱର ମୁଖ୍ୟ କାର୍ୟ୍ୟାଳୟକୁ ଅଭିଯୋଗ ପଠାଇ ଦେଇଥିବା କହିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories