www.samajalive.in
Sunday, December 7, 2025
26.1 C
Bhubaneswar

ଚଢାଉ ବେଳେ ଅବକାରୀ ସ୍କ୍ବାଡ୍‌ ଉପରେ ପୁଣି ଆକ୍ରମଣ

ଆଠଗଡ଼: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଜଙ୍ଗଲ ଅଞ୍ଚଳରେ ଶନିବାର ଅବକାରୀ ଚଢାଉବେଳେ ମଦ ମାଫିଆ ସ୍କ୍ବାଡ୍‌ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଅବକାରୀ ସ୍କ୍ବାଡ୍‌ ଡାଳୁଆ ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି କରାଯାଉଥିବା ସ୍ଥାନରେ ଚଢାଉ ବେଳେ ପୂର୍ବରୁ ଅବକାରୀ ସ୍କ୍ବାଡ୍‌ ଉପରେ ଆକ୍ରମଣ କରିଥିବା ସୁରେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ସେଠାରେ ଚଢାଉ ବେଳେ ୨୧୭୦ଲିଟର ଦେଶୀମଦ ଏବଂ ମଦ ପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନ୍‌‌ରେ ଗଚ୍ଛିତ ଗୁଡ ମିଶ୍ରିତ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଉଥିବାବେଳେ ଗିରଫ ସୁରେନ୍ଦ୍ରଙ୍କର ପ୍ରାୟ ୧୦ରୁ ଅଧିକ ପରିବାର ସଦସ୍ୟ ଓ ସଂପର୍କୀୟ ସେଠାକୁ ଆସି ଅବକାରୀ ସ୍କାଡ୍‌ର ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ସହ ଗୋଟିଏ ବୋଲେରୋ ଗାଡିକୁ ଭଙ୍ଗାରୁଜା କରିଥିଲେ। ଅବକାରୀ ଅଧିକ୍ଷକଙ୍କ ସମେତ ସ୍କ୍ବାଡ୍‌ର ଅନ୍ୟ ଅଧିକାରୀଙ୍କୁ ସେମାନେ ଅଟକାଇ ସୁରେନ୍ଦ୍ରଙ୍କୁ ଛାଡିବା ପାଇଁ ଅଡିବସିଥିଲେ। ଅଧିକ୍ଷକ ଶ୍ରୀ ପଟେଲଙ୍କଠାରୁ ସୂଚନା ପାଇ ଖୁଣ୍ଟୁଣୀ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ପୁଲିସ ଦଳ ଆସି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ଗତ ୨୦୨୩ଜୁଲାଇ ୨୮ତାରିଖରେ ସେହି ଡାଳୁଆ ଜଙ୍ଗଲରେ ଅବକାରୀ ଚଢାଉ ବେଳେ ମଦମାଫିଆମାନେ ମିଳିତ ଭାବେ ଆକ୍ରମଣ କରି କେତେକ ଅବକାରୀ ଅଧିକାରୀଙ୍କୁ ଆହତ କରିବା ସହ ୪ଟି ଗାଡି ସଂପୂର୍ଣ୍ଣ ଭଙ୍ଗାରୁଜା କରି ୧୬ଟି ଟାୟାର କାଟି ନଷ୍ଟ କରିଦେଇଥିଲେ। ସେହି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା।

ଆକ୍ରମଣରେ ଆଠଗଡ଼ ଅବକାରୀ ନିରୀକ୍ଷକ ହେମନ୍ତ ମହାନ୍ଦିଆ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅଧିକ୍ଷକ ଶ୍ରୀ ପଟେଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଗିରଫ ସୁରେନ୍ଦ୍ରଙ୍କୁ ଧରି ଆଠଗଡ଼ ଅବକାରୀ କାର୍ଯ୍ୟାଳୟରେ ପ୍ରାୟ ଦିନ ୧.୩୦ମିନିଟରେ ପହଞ୍ଚି ଥିଲେ। ତେବେ ତାର ପ୍ରାୟ ୧ଘଣ୍ଟା ପରେ ଡାଳୁଆ ଅଞ୍ଚଳର ବହୁ ମହିଳାଙ୍କୁ ମିଶାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଆଠଗଡ଼ ଆସି ଅବକାରୀ କାର୍ଯ୍ୟାଳୟ ଘେରାଉ କରି ସୁରେନ୍ଦ୍ରକୁ ଛାଡିବା ପାଇଁ ଦାବି କରିଥିଲେ। ଖବର ପାଇ ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲି ପୁଲିସ ଦଳ ସହିତ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉତ୍ୟକ୍ତ ଲୋକଙ୍କୁ ପୁଲିସ ଓ ଅବକାରୀ ଅଧିକ୍ଷକ ବୁଝାସୁଝା କରିବା ପରେ ସେମାନେ ସେଠାରୁ ଫେରିଯାଇଥିଲେ। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଗିରଫ ହୋଇଥିବା ଡାଳୁଆ ଗ୍ରାମର ସୁରେନ୍ଦ୍ର ସ୍ୱାଇଁଙ୍କୁ ଅଦାଲତ ଚାଲାଣ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ କଟକ ଜିଲ୍ଲା ଉପଅଧିକ୍ଷକ ଅରୁପା ପାଣିଗ୍ରାହୀ ଓ ଆଠଗଡ଼ ଉପଅଧିକ୍ଷକ ନିମାଇଁ ଚରଣ ସ୍ୱାଇଁ, ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିରୀକ୍ଷକ ଅଭିରାମ ସାହୁ, ରଙ୍କନିଧି ମଲ୍ଲିକ, କଟକ ନିରୀକ୍ଷକ କମଳ ଲୋଚନ ପାଇକରାୟ, ଆଠଗଡ଼ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଭ୍ରାମ୍ୟମାଣ ଦଳର ଉପନିରୀକ୍ଷକ ଅଜିତ୍‌‌ କୁମାର ପାତ୍ର, ଜ୍ୟୋତିର୍ମୟୀ ଦାସ, ବାଙ୍କୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝିଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories