www.samajalive.in
Sunday, December 7, 2025
26.1 C
Bhubaneswar

ଆଠଗଡରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ 

ଆଠଗଡ : ଆଠଗଡସ୍ଥିତ ରାଜ୍ୟ ସଡକ ପରିବହନ ନିଗମର ବସଷ୍ଟାଣ୍ଡର ନବୀକରଣ ବା ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଲାଗି ସୋମବାର ଶିଳାନ୍ୟାସ କରାଯାଇଛି। ଆଠଗଡ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିଡିଓ କନଫରେନ୍ସସିଂ ମାଧ୍ୟମରେ ୩.୫୮କୋଟି ଟଙ୍କାର ଏହି ବସଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଠଗଡର ସାମଗ୍ରୀକ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଆଠଗଡକୁ ଏକ ବିକଶିତ ନିର୍ବାଚନ ମଣ୍ଡଳିରେ ପରିଣତ କରିବା ଲାଗି ଯେଉଁ ପ୍ରୟାସ ଅବ୍ୟାହତ ରହିଛି, ସେଥିରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏକ ନୂତନ ମାଇଲ ଖୁଣ୍ଡ ସ୍ଥାପନ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ୩.୫୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷା ଗୃହ, ବସଷ୍ଟାଣ୍ଡ କାର୍ଯ୍ୟାଳୟ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଟିକେଟ କାଉଣ୍ଟର, ବସ୍‍ ଆସୋସିଏସନ ପାଇଁ ୨ଟି କକ୍ଷ, ପୁଲିସ ବିଟ୍‍ ହାଉସ ବା କର୍ତ୍ତବ୍ୟ କକ୍ଷ, ଆହାର କେନ୍ଦ୍ର, ଏଟିଏମ ଓ ଦୋକାନ ଗୃହ ନିର୍ମାଣ ସହିତ ଉନ୍ନତ ମାନର ରାସ୍ତା ଏବଂ ବସ୍ ରହଣି ସ୍ଥାନ ସହିତ ଯାତ୍ରୀଙ୍କୁ ନେଇକରି ଆସୁଥିବା ୨-୪ଚକିଆ ଯାନଗୁଡିକ ପାଇଁ ପାର୍କିଂ ସୁବିଧା ଉପଲବ୍ଧ ହେବ ବୋଲି ଚାରବାଟିଆ ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତାପ କୁମାର ଜେନା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ କଟକ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା ଓ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଯୋଗଦେଇ ଉଦବୋଧନ ଦେଇଥିଲେ। ଏଥିରେ ଆଠଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟନ୍ତ ପ୍ରସାଦ ନାୟକ, ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ବେହେରା ଓ ଇଂ ଅଜୟ କୁମାର ଦାସଙ୍କ ସମେତ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟାଦେଶ ପାଇଥିବା ଢେଙ୍କାନାଳର ଠିକାସଂସ୍ଥା ଆନନ୍ଦ ଇଞ୍ଜିନିୟରିଂର ମାଲିକ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ଏବଂ ଆଠଗଡ ବସ୍ ମାଲିକ ସଂଘର କେତେକ କର୍ମକର୍ତ୍ତା ଯୋଗଦାନ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories