www.samajalive.in
Sunday, December 7, 2025
26.1 C
Bhubaneswar

ଚୋରା ଲଘୁ ଖଣିଜ ଚାଲାଣ ଉପରେ ଚଢାଉ; ୨ ହାଇୱା ଓ ୪ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ଅଞ୍ଚଳରେ ଚୋରା ଲଘୁ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ। ତହସିଲ ପକ୍ଷରୁ ନିୟମିତ ଚଢାଉ, ଜବତ ଓ ଜୋରିମନା କରାଯାଉଥିବାବେଳେ ଚୋରା କାରବାର ଉପରେ ସେପରି କିଛି ପ୍ରଭାବ ପଡୁନଥିବା ଦେଖାଯାଉଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏନଫୋର୍ସମେଣ୍ଟ ସ୍ୱତନ୍ତ୍ର ସ୍କାର୍ଡ ମଧ୍ୟ ଆଠଗଡ ଅଞ୍ଚଳରେ ଚୋରା ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ ଉପରେ ନିୟମିତ ଚଢାଉ ଜାରି ରଖିଛନ୍ତି। ଏହି କ୍ରମରେ ଶୁକ୍ରବାର ଜିଲ୍ଲାସ୍କାର୍ଡ ଓ ଆଠଗଡ ତହସିଲର ସ୍କାର୍ଡ ମିଳିତ ଭାବେ ଚଢାଉ କରି କଟକିଆସାହି ନିକଟ ବଳରାମପୁର ବାଲିଘାଟରୁ ବାଲି ଚାଲାଣ କରୁଥିବା ୨ଟି ଟ୍ରାକ୍ଟର, ଆଠଗଡ ସହରର ବୀରକିଶୋରପୁର ଛକ ନିକଟରୁ ଗୋଟିଏ ବାଲିବୋଝେଇ ଟ୍ରାକ୍ଟର ଓ ଆଉଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଥିଲେ। ପରେ ପରେ ଏହି ମିଳିତ ସ୍କାର୍ଡ ଆଙ୍କୁଲା ନିକଟରୁ ଏକ କଳା ମେଟାଲ ବୋଝେଇ ଟ୍ରାକ୍ଟର ଓ ଅନ୍ୟ ଏକ ବାଲିବୋଝେଇ ହାଇୱା ଜବତ କରି ସମସ୍ତ ଜବତ ଗାଡି ଗୁଡିକୁ ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ। ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ଏହି ଚଢାଉରେ ଆଠଗଡ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ, ନିଧିପୁର ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଜବତ ହୋଇଥିବା ୨ବାଲି ବୋଝେଇ ଟ୍ରକ ଠାରୁ ୬୦ ହଜାର ୯୬୦ଟଙ୍କା ରାଜସ୍ୱ ଓ ଜୋରିମନା ବାବଦକୁ ଆଦାୟ କରାଯାଇଥିବାବେଳେ ଟାକ୍ଟର ୪ଟି ଜୋରିମନା ଦେଇନଥିବାରୁ ସେଗୁଡିକୁ ଛଡାଯାଇନଥିବା ଜଣାପଡିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories