ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ପାଇଁ ଉପଜିଲ୍ଲାପାଳଙ୍କ ପରାମର୍ଶ

ଗୁରୁଡିଝାଟିଆ : ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ,ବିଭିନ୍ନ ଆଲୋଚନାଚକ୍ର(ସେମିନାର)ର ଆୟୋଜନ । ବିଶେଷତଃ ଶିକ୍ଷାପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ଶିକ୍ଷାଦାନ କରୁଥିବା ଅଧ୍ୟାପକ-ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କୁ ଆଠଗଡ ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମନ୍ତ କୁମାର ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର  ମହାବିଦ୍ୟାଳୟ ପରିଦର୍ଶନରେ ଆସି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଶିକ୍ଷାକକ୍ଷ, ଅଧ୍ୟାପନା କରୁଥିବା ଅଧ୍ୟାପକ-ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କୁ  ଶିକ୍ଷାଦାନ ଶୈଳୀ ସଂପର୍କରେ ନିଜେ ବୁଲି ଦେଖିବା ସହ ଅଧ୍ୟାପକ, ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କ ସହ ବୈଠକରେ ଆଲୋଚନା କରିଥିଲେ।

prayash

ସମୟାନୁବର୍ତ୍ତିତା ସହିତ କୌଣସି ବିଦ୍ୟାର୍ଥୀ ଯେଭଳି ମହାବିଦ୍ୟାଳୟ ପରିସରରେ ଏଣେ ତେଣେ ନବୁଲି ଶିକ୍ଷାମନସ୍କ ହେବ ସେଥିପ୍ରତି ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ସାମନ୍ତରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଲୋଚନା ସମୟରେ ପ୍ରାଧ୍ୟାପକ ଡଃ ରାମଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଡଃ ନରେନ୍ଦ୍ର କୁମାର ସ୍ୱାଇଁ, ପ୍ରାଧ୍ୟାପକ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଅଧ୍ୟାପକ ମନୋରଞ୍ଜନ ସାମଲଙ୍କ ସହିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.