www.samajalive.in
Thursday, December 11, 2025
14.1 C
Bhubaneswar

ମା’ ଦକ୍ଷିଣ ଚଣ୍ଡୀ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା, ମଧ୍ୟାହ୍ନରେ ଲାଗି ହେଲା ଶଙ୍ଖୁଡ଼ି ଭୋଗ

ଆଠଗଡ:  ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲସ୍ଥିତ ଆରାଧ୍ୟା ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜାରାଜୁଡା ଅମଳରୁ ଚାଲିଆସିଥିବା ଏହି ଝାମୁଯାତ୍ରା ଆଠଗଡ ଅଞ୍ଚଳରେ ବେଶ୍‌‌ ପ୍ରସିଦ୍ଧ ଯାତ୍ରା ଭାବେ ପରିଚିତ। ପ୍ରାଚୀନ ଦକ୍ଷିଣ ଚଣ୍ଡୀ ମନ୍ଦିର ହେଉଛି ତନ୍ତ୍ର ସାଧନାର ପୀଠ ଏବଂ ଏଠାରେ ଶାବରୀ ମନ୍ତ୍ରରେ ପୂଜା ପାଆନ୍ତି ମା ଦକ୍ଷିଣ ଚଣ୍ଡୀ।

ଏହା ଶବରମାନଙ୍କ ପୀଠ ହୋଇଥିବାରୁ ଶହ ଶହ ବର୍ଷ ପୂର୍ବରୁ ଶବରମାନେ ମାଆଙ୍କୁ ପୂଜା କରୁଥିଲେ ବୋଲି ଇତିହାସରୁ ଜଣାପଡେ। ଦକ୍ଷିଣ ଚଣ୍ଡୀ ମନ୍ଦିର ବାହାରେ ପୂଜା ପାଉଛନ୍ତି ଜୈନ ମୂର୍ତ୍ତି। ଇତିହାସରୁ ଜଣାପଡିଛି ଯେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ପଡିଥିଲା ସେହି ସମୟରେ ଆଠଗଡର ତତ୍କାଳିନ ରାଜା ବିଶ୍ୱନାଥ ଦେବବର୍ମା କନ୍ତୋଲଠାରେ ବାରବାଟୀ ଜମି ଉପରେ ଏକ ପୋଖରୀ ଖୋଳାଇଥିଲେ।

- Advertisement -

ଏହି ପୋଖରୀ ଖୋଳା ସମୟରେ ଜୈନ ମୂର୍ତ୍ତିଟି ଉଦ୍ଧାର କରାଯାଇଥିଲା ଏବଂ ରାଜାଙ୍କ ନିର୍ଦ୍ଦେଶକ୍ରମେ ଏହା ଚଣ୍ଡୀ ମନ୍ଦିର ବାହାର କାନ୍ଥରେ ସ୍ଥାପନ କରାଯାଇ ସେହିଦିନଠାରୁ ପୂଜା କରାଯାଉଛି। ଦକ୍ଷିଣ ଚଣ୍ଡୀଙ୍କ ଝାମୁଯାତ୍ରା ଲାଗି ୩୫ଜଣ ପୁରୁଷ ଓ ୩ଜଣ ମାନସିକଧାରୀ ମହିଳାଙ୍କ ସମେତ କାଳେସି ଶିବରାମ ଦାସ ଗତକାଲି ରାତିରୁ ମାଆଙ୍କ ନିକଟରେ ଗୁହାରିଆ ପଡିଥିଲେ। ସକାଳୁ ମନ୍ଦିରର ମୁଖ୍ୟ ପୂଜକ ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ସହଯୋଗୀ ମହେଶ୍ୱର ମହାପାତ୍ର ଓ ହୃଷିକେଶ ମହାପାତ୍ର ମାଆଙ୍କର ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ। ମଧ୍ୟାନ୍ନରେ ଶଙ୍କୁଡି ଭୋଗ ଲାଗି ପରେ ମାଆଙ୍କ ଆଜ୍ଞାମାଳ ପାଇ ମାନସିକଧାରୀ ଝାମୁଆ ନିକଟସ୍ଥ ବାରବାଟୀ ପୋଖରୀରେ ବୁଡ ପକାଇ ହରିବୋଲ ହୁଳହୁଳି ଧ୍ୱନୀ ମଧ୍ୟରେ ଶୋଭାଯାତ୍ରାରେ ଆସି ଡହଡହ ରଡନିଆଁ ଜଳୁଥବା ଝାମୁ ଗାତରେ ଚାଲିଥିଲେ।

ହଜାର ହଜାର ଶ୍ରଦ୍ଧାଳୁଙ୍କର ଭକ୍ତି ଭାବରେ ହରିବୋଲ ହୁଳହୁଳିରେ ଯାତ୍ରା ପଡିଆ ପ୍ରକମ୍ପିତ ହୋଇଥିଲା। ଯାତ୍ରା ପଡିଆ ଚତୁଃପାଶ୍ୱର୍ରେ ବହୁ ଅସ୍ଥାୟୀ ଦୋକାନ ବଜାର ଖୋଲିଥିବାବେଳେ ଆଖପାଖ ଅଞ୍ଚଳର ୫ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପଣା ଓ ପାଣିର ବ୍ୟବସ୍ଥା କରାଯାଇଥିଲା। ଏହି ଉପଲକ୍ଷେ ରାତିରେ ସେଠାରେ ଅପେରା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories