www.samajalive.in
Friday, December 12, 2025
19.1 C
Bhubaneswar

ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ, ପୋଖରୀବନ୍ଧ ହନୁମାନ ବାଟିକା ଠାରେ ପଞ୍ଚ ହାଣ୍ଡି ପଣା 

ଲାଞ୍ଜିଗଡ଼:  ଲାଞ୍ଜିଗଡ ବ୍ଲକ ପୋଖରିବନ୍ଧ ହନୁମାନ ବାଟିକା ପରିସର ଠାରେ ମାଁ ହିରାନୀଲା ଷ୍ଟୋନ କ୍ରୋଶର ତରଫରୁ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଞ୍ଚ ହାଣ୍ଡି ପଣା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏପରମ୍ପରା ଅନୁସାରେ ଏହିଦିନ ଦହି, ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ବାଟିକା ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥିଲା।
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍ଥିତ ହୀରାନୀଳା ଷ୍ଟନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଅଞ୍ଚଳବାସିଙ୍କ ସମେତ ଶତାଧିକ ପଥଚାରିମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ହନୁମାନ ବାଟିକାର ଉପଦେଷ୍ଟା ମଣ୍ଡଳିର କର୍ମକର୍ତ୍ତା ଭବାନୀ ବାଣୁଆଁ, ସନାତନ ବିଶି, ପବିତ୍ର ବିଭାର, ଜୟମନୀ ବେହେରା ପ୍ରମୁଖ ସାମିଲ ହୋଇଥିବାବେଳେ ଶଙ୍କର ପ୍ରଧାନୀ,ପ୍ରକାଶ ଛିଣ୍ଡା, ତିରୁପତି ନାଏକ, ମଳୟ ବାରିକ, ଶଙ୍କର ପ୍ରଧାନୀ, କର୍ଣ୍ଣ ମାଝୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories