www.samajalive.in
Friday, December 12, 2025
26.1 C
Bhubaneswar

ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ବୁଗୁବୁଗା ପଞ୍ଚାୟତ ଅନ୍ତର୍ଗତ ଭୁତଟିକ୍ରାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନଳିଆରୁ କଳସ ଆବାହନ କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ହୋଇଥିଲା। ଗାଁର ଶତାଧିକ ମହିଳା  କଳସ ଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ସୁରେନ୍ଦ୍ର  କର୍ଣ୍ଣ ଓ ସହଧର୍ମିଣୀ ଜାମିନୀ କର୍ଣ୍ଣ  କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ବୁଲୁ ଦାଶ ଓ ଅଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତିଦିନ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ଦଳ ସାମିଲ ହୋଇଥିବା ବେଳେ ପୂର୍ଣ୍ଣାହୁତି ଦିନ ବଲାଙ୍ଗିର ଜିଲ୍ଲା ଗୁଚ୍ଛାପାଲି ଓ ବରଗଡ଼ ଜିଲ୍ଲା ପାଇକମାଲର ମିଠାପାଲି ମହିଳା ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିଲେ।

ପୂର୍ଣ୍ଣାହୁତି ପରେ ଦଧିଭାଣ୍ଡ ସହ ହରିବୋଲ ହୁଲହୁଲି ରେ ନଗର ପରିକ୍ରମା ହୋଇ ସମ୍ପୂର୍ଣ୍ଣ ହୋଇଥିଲା। କୃଷ୍ଣ କର୍ଣ୍ଣ, ତରୁଣ କର୍ଣ୍ଣ ,ଶାନ୍ତନୁ କର୍ଣ୍ଣ ସୁରେନ୍ଦ୍ର କର୍ଣ୍ଣ, ଫକୀର କର୍ଣ୍ଣ ଙ୍କ ସମେତ ଗ୍ରାମବାସୀ ମାନଙ୍କ ସହଯୋଗରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇ ଥିଲା।ଅର୍ଜ୍ଜୁନ କର୍ଣ୍ଣ, ପ୍ରକାଶ କର୍ଣ୍ଣ, ସନ୍ତୋଷ କର୍ଣ୍ଣ, ଅଶୋକ କର୍ଣ୍ଣ , ସୁନୀଲ କର୍ଣ୍ଣ, ସଦାନନ୍ଦ କର୍ଣ୍ଣ,ଅଜିତ କର୍ଣ୍ଣ, ଆନନ୍ଦ କର୍ଣ୍ଣ, ପ୍ରଦ୍ୟୁମ୍ନ  କର୍ଣ୍ଣ  ,ସଦାନନ୍ଦ ଛନ୍ଦ ପ୍ରମୁଖଙ୍କ  ସମେତ ଗ୍ରାମବାସୀଙ୍କ ସହଯୋଗ ରହିଥିଲା।

- Advertisement -

ଆଜି ନାମ ଯଜ୍ଞର ଶେଷ ଅର୍ଥାତ୍ ପୂର୍ଣ୍ଣାହୁତି  ଦିବସରେ  ସ୍ଥାନୀୟ  ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ  ଆଦର୍ଶ  ଉପରେ  ଆଲୋକପାତ କରି  ସମସ୍ତଙ୍କୁ ଭକ୍ତି ଭାବରେ ବିଭୋର କରିଦେଇଥିଲେ । ଦର୍ଶନ ପାଇଁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ରହିଥିଲା।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories