www.samajalive.in
Friday, December 12, 2025
26.1 C
Bhubaneswar

ଟ୍ରକ୍ ଧକ୍କାରେ ବାପା-ମା ଓ ପୁଅ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ଅତାବିରା ୫୩ ନଂ  ଜାତୀୟ ରାଜପଥ  ଉପରେ ସରଣ୍ଡା ଛକଠାରେ ଆଜି ପ୍ରାୟ ୧୦ ଟା ୩୦ ମିନିଟରେ  ଏକ ଅଜଣା ଟ୍ରକ୍  ଧକ୍କାରେ ବାଇକରେ ଥିବା ବାପା ,ମା ଓ ପୁଅ ଛିଟିକି ପଡ଼ି ଗୁରୁତର ହୋଇ ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ  ଭର୍ତ୍ତି ହୋଇଛନ୍ତି । ଘଟଣାସୂତ୍ରରୁ ଜଣାପଡ଼ିଛି ଯେ ତାଳଶ୍ରିଗିଡ଼ା ଗ୍ରାମର ଶିକ୍ଷକ ଭାରତ ଚନ୍ଦ୍ର ସାହୁ, ସ୍ତ୍ରୀ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ  ବାଇକରେ  ନିଜ ପୁଅ ପୁଅ ଆଶୁତୋଷ ସାହୁଙ୍କୁ  ସମ୍ବଲପୁର  ସୈନିକ  ସ୍କୁଲକୁ ଛାଡ଼ିବାକୁ ଆସୁଥିବାବେଳେ ସରଣ୍ଡା ଛକରେ  ପଛପଟୁ ଏକ  ଟ୍ରକ୍  ଧକ୍କା ଦେଇ ଫେରାର ହୋଇଥିଲା ।  ବାଇକରେ ଥିବା ତିନି ଜଣ ଯାକ  ଛିଟିକି ପଡ଼ି  ରକ୍ତାକ୍ତ ହୋଇ ଗୁରୁତର ହୋଇଥିଲେ । ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିଲେ । ସମସ୍ତଙ୍କୁ  ଆଇସିୟୁରେ ଭର୍ତ୍ତି କରାଯାଇଛି । ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories