www.samajalive.in
Friday, December 12, 2025
27.1 C
Bhubaneswar

ଶେଷ ହେଲା କଳାପଥର ଝାମୁଁ ଯାତ୍ରା: ନିଆଁରେ ଚାଲିଲେ ଦଣ୍ଡୁଆ 

କଳାପଥର (ବାଙ୍କୀ ):କଳାପଥର ଗ୍ରାମର ବଡ଼ ସାହିସ୍ଥ ରାଧାମୋହନ ବିଜେ ପରିସରରେ ପଣା ସଂକ୍ରାନ୍ତି ଉପଲକ୍ଷେ ମା’ କାଲିକା ଝାମୁଁ ଅନୁଷ୍ଠିତ ହୋଇଥିଲା। ରାତ୍ରିରେ ମା ‘ମଙ୍ଗଳା ଙ୍କ ଝାମୁଁ ମୁଖ୍ୟ ବଜାରରେ କାଳେଶୀମାନେ ନିଆଁରେ ଚାଲିଥିଲେ। ସେହିପରି କେନ୍ଦୁପଲ୍ଲୀ ଗ୍ରାମର ଆଖୁ ପୋଖରୀ ଝାମୁଁ ଯାତ୍ରା ପଡିଆରେ ପଣା ଉପଲକ୍ଷେ ନିଆଁରେ ଚାଲିବା ଓ ଝୁଲିବା କାର୍ଯ୍ୟ ସମ୍ପୂର୍ଣ ହୋଇଛି। ମେରୁ ପର୍ବରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳି ପାଣିଦଣ୍ଡ ତୋଳିଥିଲେ।. ଏହି ଉପଲକ୍ଷେ କାମନାଘର ସମ୍ମୁଖରେ ହୋମ କୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା। ହୋମ କୁଣ୍ଡର ଦୁଇ ପାର୍ଶ୍ୱରେ ଥିବା ମଣି ଖୁଣ୍ଟରେ ବଡ଼ ଦଣ୍ଡୁଆ ଓ ପାଟ ଦଣ୍ଡୁଆ କିଛି ସମୟ ପାଇଁ ଝୁଲି ରହିଥିବାର ଦୃଶ୍ୟ ଭକ୍ତମାନଙ୍କ ମନରେ ଭକ୍ତିର ସଂଚାର କରିଥିଲା। ପରେ ମଣି ଖୁଣ୍ଟରେ ବନ୍ଧା ହୋଇଥିବା ଆମ୍ବକୁ ବଡ଼ ଦଣ୍ଡୁଆ ଭକ୍ତଙ୍କ ଉପରକୁ ଫିଙ୍ଗି  ଥିଲେ।

ଦୁଇ ଦିନ ଧରି ପଶ୍ଚିମ ବାଙ୍କୀର ଏହି ପ୍ରସିଦ୍ଧ ଯାତ୍ରାରେ ରବିବାର ମାନସିକଧାରୀ ଦଣ୍ଡୁଆ ନିଆଁରେ ଝୁଲିଥିଲେ। ରବିବାରରେ କେନ୍ଦୁପଲ୍ଲୀର ଆରାଧ୍ୟା ଶୈବପୀଠ ବାଲୁଙ୍କେଶ୍ୱର ଠାରେ ଝାମୁଁ ଯାତ୍ରା ଅନୁଷ୍ଠିତ ହୋଇଥିଲା. ରାତ୍ରିରେ ଯାତ୍ରା ପଡିଆରେ ପ୍ରାୟ ୫୦ ଜଣ କାଳେଶୀ ଝାମୁଁ ଯାତ୍ରା ନିଆଁରେ ଚାଲିଥିଲେ।

- Advertisement -

ଉକ୍ତ ଉତ୍ସବରେ ଗ୍ରାମର ପାଟଣା ସାହି, ନୁଆସାହି, ବଡ଼ ସାହି, କୁମ୍ଭାର ସାହି, ତଳ ସାହି, ତିଅର ସାହି,ମଠ ସାହି, ଭୋଇ ସାହି, ହରିଜନ ସାହିରୁ ପ୍ରାୟ ୧୫ଟି ସୁସଜ୍ଜିତ ମେଢ଼ ପାଟୁଆର ସହିତ ଆକର୍ଷଣୀୟ ତୋରଣ ସାଙ୍ଗକୁ ଢୋଲ ଚଂଗୁବାଜା ଓ ଡିଜେ ସହ ଅଂଚଳ ରୁ ଜନ ସମୁଦ୍ରରେ ଯାତ୍ରା ପଡିଆ ରେ ପହଁଚି ଥିଲେ. ତା ପରେ ରାତ୍ରୀ ଝାମୁଁ ହୋଇ ଆତସ ବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ସେହିପରି ପତନୀ, ଖଲିପିଲ୍ଲୀ, ବାଲିପାହାଡ଼,, ବୈଦ୍ୟେଶ୍ୱର, ଲେମ୍ବେରୀ ଆଦି ଗ୍ରାମରେ ବହୁ ବର୍ଷ ଧରି ଝାମୁଯାତ୍ରା ଅନୁଷ୍ଠିତ ହୋଇ ଆସୁଛି.

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories