www.samajalive.in
Friday, December 12, 2025
27.1 C
Bhubaneswar

ଅସହାୟ ପରିବାରକୁ ସହାୟତା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ଦିବ୍ୟାଙ୍ଗ ପଞ୍ଚାନନ ନାଏକ ଗତ ୧୦ ଦିନ ତଳେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ଶୁଦ୍ଧି କ୍ରିୟା ନିମନ୍ତେ ଭରସା ପରିବାର ତରଫରୁ ଡାଲି, ଚାଉଳ, ଆଳୁ ଓ ପନିପରିବା ଯୋଗାଇ ଦିଆଯାଇଛି । ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ ମଧ୍ୟ  ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପଞ୍ଚାନନ ଜନ୍ମରୁ ଦେଖିପାରନ୍ତିନି ତେଣୁ ସେ ଛକ ବଜାରରେ ଗୀତ ବୋଲି ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ପରିବାର ପୋଷନ୍ତି । ମାତ୍ର କିଛି ମାସ ହେବ ସେ ରୋଗରେ ପୀଡିତ ହୋଇ ରୋଜଗାର କରି ପାରୁନଥିଲେ । ତାଙ୍କ ସ୍ତ୍ରୀଙ୍କୁ ଘର ଚଳାଇବା କଷ୍ଟକର ହୋଇ ପଡୁଥିଲା । ଦିବ୍ୟାଙ୍ଗ ଭତ୍ତା ୫୦୦ ଟଙ୍କାରେ ପରିବାର ଚଳୁଥିଲା । ତାଙ୍କ ମୃତ୍ୟୁରେ ପରିବାର ଏକ ପ୍ରକାର ନିଃସହାୟ ହୋଇଯାଇଥିଲେ। ତେଣୁ ଏକାଦଶାହ କ୍ରିୟା ପାଇଁ ଭରସା ପରିବାର ଓଡିଶା ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଓ ସକ୍ରିୟ ସଦସ୍ୟ ଚନ୍ଦ୍ରମୋହନ ମହାନ୍ତ , କ୍ଷେତ୍ର ମହାନ୍ତ , ଯତନ କୁମାର ରଣା , ବାପୁନ୍ କୁମାର ରଣା ଓ ସଦସ୍ୟା ସ୍ନେହଲତା ନାୟକ, ମିନତି ମହାନ୍ତ, ସବିତା ମହାନ୍ତ ପ୍ରମୁଖ ସ୍ବର୍ଗତ ପଞ୍ଚାନନ ଘରକୁ ଯାଇ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories