www.samajalive.in
Friday, December 12, 2025
23.1 C
Bhubaneswar

ଓଡ଼ିଶାର ଗ୍ରାମାଞ୍ଚଳରେ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ ଜିଲାରେ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରିବା ଖବର ଏବଂ କେନ୍ଦ୍ରାପଡାରେ ପାଣି ନାହିଁ ତ ଭୋଟ ନାହିଁ ଶୀର୍ଷକ ପୃଥକ ଖବର ନେଇ ସାମାଜିକ ଗଣମାଧ୍ୟମରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲା ଖଣିଜ ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ଜିଲା ଖଣିଜ ପାଣ୍ଠି ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଛନ୍ତି ।

ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୮.୭୬ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି । ପ୍ରାୟ ୫୬.୧୨ ପ୍ରତିଶତ ଗ୍ରାମବାସୀ ଏବେ ବି ଦୂଷିତ ପାଣି ବ୍ୟବହାର କରୁଛନ୍ତି । ରାଜ୍ୟରେ ଅତି କମରେ ୧୫ଟି ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇନାହିଁ । ସହରାଞ୍ଚଳରେ ମଧ୍ୟ ୩୧.୨ ପ୍ରତିଶତ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି । କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ “ପାଣି ନ ଦେଲେ ଭୋଟ୍ ଦେବୁ ନାହିଁ” ବୋଲି ମାତୃଶକ୍ତିମାନେ ସ୍ୱର ଉଠାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories