nua o banner

ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନର ଅନନ୍ୟ ରୂପକାର

ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

BSKY banner  750×100

ଭୁବନେଶ୍ୱର: ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ସ୍ୱତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲ। ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅସ୍ପୃଶ୍ୟତା ଦୂର କରିବା କେବଳ ଆବଶ୍ୟକତା ନୁହେଁ, ମାନବକଲ୍ୟାଣ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉପଲବ୍ଧି କରିଥିଲେ ବୋଲି ଅତିଥିମାନେ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମତପ୍ରଦାନ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମାନବାଧିକାର କମିଶନ ଅସୀମ ଅମିତାଭ ଦାଶ କହିଲେ ଯେ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରବକ୍ତା, ସମ୍ବିଧାନ ପ୍ରଣେତା, ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ଅନନ୍ୟ ରୂପକାର ଥ#ଲେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରା ସବୁ ଦେଶପ୍ରେମୀ ଭାରତୀୟଙ୍କ ପାଇଁ ସମ୍ବିଧାନ ହେଉଛି ପବିତ୍ର ଗ୍ରନ୍ଥା ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଏକ ଆଦର୍ଶ ସମ୍ବିଧାନ ଭାବେ ଗ୍ରହଣୀୟ ହୋଇପାରିଛିା ଏହି ସମ୍ବିଧାନର ସଂପୂର୍ଣ୍ଣ ଚିଠା ପ୍ରଣୟନ କରିବାରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଅବଦାନ ଥ#ଲାା ସମାଜରୁ ଅସମାନତା ଦୂର କରି ଭାରତକୁ ଏକ ସଂଗଠିତ ଓ ସଶକ୍ତ ରାଷ୍ଟ୍ର ରୂପେ ନିର୍ମାଣ କରିବାକୁ ସେ ଚାହୁଁଥ#ଲେ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ବାବସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶ ବାବଦରେ ଉଲ୍ଲେଖ କରିଥିଲେ। ସେ କହିଲେ ଯେ ଗଣତନ୍ତ୍ର ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଥିଲେ। ଭେଦଭାବହୀନ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ଦେଶଭକ୍ତି ରାଜ୍ୟନୈତିକ ସ୍ୱାଧୀନତା ମଧ୍ୟରେ ସୀମିତ ନୁହେଁ, ସାମାଜିକ ସ୍ୱତନ୍ତ୍ରତା ପାଇଁ ମଧ୍ୟ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ଡ. ଆମ୍ବେଦକର ଉପଲବ୍ଧି କରିଥ#ଲେ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ। ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାଦିଗରେ ତାଙ୍କୁ ଜଣେ ଅଗ୍ରଦୂତ ଭାବେ ଗ୍ରହଣ କରାଯାଉଛି ବୋଲି ସେ ମତପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଭାରତର ସମ୍ବିଧାନ କେବଳ ଏକ ଆଇନ ପୁସ୍ତକ ନୁହେଁ ଏହା ଭାରତୀୟଙ୍କ ଆସ୍ଥା, ବିଶ୍ୱାସ ଏବଂ ଜୀବନର ପ୍ରତିଫଳନା ତାଙ୍କ ପ୍ରଣିତ ସମ୍ବିଧାନ ପୃଥିବୀର ରାଜନୀତିରେ, ପୃଥିବୀର ଇତିହାସରେ ଏ ପର୍ଯ୍ୟନ୍ତ ଏକ ଅବିସମ୍ବାଦିତ ସ୍ଥାନ ଅଧିକାର କରିଛି। ଏହି ସମ୍ବିଧାନ ଏଭଳି ଏକ ଶାସନ ନିୟାମକ ପ୍ରତିଷ୍ଠା କରିଛି, ଯାହା ଆଜି ପର୍ଯ୍ୟନ୍ତ ଭାରତ ବର୍ଷର ଗଣତନ୍ତ୍ରର ସ୍ପର୍ଦ୍ଧା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଶାମୁକୁଳ ବାରିକ ଓ ସାଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥ#ଲୋ ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧ#କାରୀ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଆଜି ସକାଳ ୮ ଘଟିକା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏଜି ଛକସ୍ଥିତ ଡ. ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଯାଇଛିା ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏତଦବ୍ୟତୀତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅଲ ଓଡିଶା ରଜତ ମହାସଂଘ, ଭୁବନେଶ୍ୱର, ସ୍ମୃତି ତର୍ପଣ ସମାରୋହ, ସାମାଜିକ ସମରସତ୍ତା ମଞ୍ଚ, ଭୁବନେଶ୍ୱର ମହାନଗର, ଆମ୍ବେଦକରାଇଟ ସଲିଡାରିଟି ଫୋରମ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫ ଇଣ୍ଡିଆ ଏସସି/ଏସଟି/ଓବିସି ଏମ୍ପ୍ଲୟିସ ଆସୋସିଏସନ, ଆର୍କିଟେକ ଅଫ ମଡର୍ନ ଇଣ୍ଡିଆ, ଆଚାର୍ଯ୍ୟ ବିହାର ପରିଷଦ, ଓଡ଼ିଶା ଏସସି ଏବଂ ଏସଟି ଏମ୍ପ୍ଲୟିସ ୱେଲଫେୟାର କୋଅଡ଼ିନେସନ କାଉନ୍ସିଲ ସମେତ ବହୁ ସାମାଜିକ ଅନୁଷ୍ଠାନ, ଆମ୍ବେଦକରପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା।

Comments are closed.