ଟାଙ୍ଗିଆରେ ଆକ୍ରମଣ ଘଟଣା, ୩ ଗିରଫ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳାବେଡା ମାଟିଖଣି ସାହିରେ ଶନିବାର ଅପରାହ୍ନରେ ସୁନାରାମ ମୁଣ୍ଡାଙ୍କୁ ଘରୋଇ କଳିରୁ ୩ ଜଣ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ। ଏନେଇ ପୁଲିସରେ ଅଭିଯୋଗ ହେବା ପରେ ଘଟଗାଁ ଥାନାରେ ୧୭୮/୨୪ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରି ଆଜି ଆକ୍ରମଣ ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ କିଶୋର ଓରଫ ଅନୁ ନାଏକ, କୃଷ୍ଣ ମୁଣ୍ଡା ଓ ସାନିଆ ମୁଣ୍ଡା ବୋଲି ଜଣାପଡିଛି।

Comments are closed.