ଭୁବନେଶ୍ବର : ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅତାବିରାରୁ ଦଳ ଅଭିଷେକ ସେଠଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ତଳସରାରୁ ଦଳ ଦେବେନ୍ଦ୍ର ଭିଟାରିଆଙ୍କୁ ମଇଦାନକୁ ଆଣିଛି । କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲିରୁ ଦିଲୀପ ଦୁରିଆ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢୀ, ରେଢାଖୋଲରୁ ଅସଫ ଅଲ୍ଲୀ ଖାନ୍, ଦେବଗଡରୁ ସେମ୍ ହେମ୍ବ୍ରମ୍, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାଏକ, ଘସିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା, ପାଟଣାରୁ ହୃଷିକେଶ ନାଏକଙ୍କୁ ଦଳ ଟିକେଟ୍ ଦେଇଛି ।
ସେହିଭଳି କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାଏକ, ଚମ୍ପୁଆରୁ ଯଶୋବନ୍ତ ଲାଘୁରୀ, ଯଶୀପୁରରୁ ଶ୍ବେତା ଚତ୍ତର, ସାରସକଣାରୁ ରାମକୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷିରୁ ମୁରଲୀଧର ନାଏକ, କରଞ୍ଜିଆରୁ ଲକ୍ଷ୍ମୀଧର ସିଂହ, ଉଦଳାରୁ ଦୁର୍ଗାଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମଙ୍କୁ ଟିକେଟ ଦେଇଛି ଦଳ ।



