ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗୋଷ୍ଠୀସଂଘର୍ଷ

ବାଲେଶ୍ବର : ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଗଣ୍ଡଗୋଳ ସହ ପଥରମାଡ ହୋଇଛି । ଏମିତି ଘଟଣା ଘଟିଛି ରେମୁଣା ଗନିପୁରରେ । ଗନିପୁରରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହେଉଥିଲା । ତେବେ ଏହି ଶୋଭାଯାତ୍ରାବେଳେ ଢେଲାମାଡ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ସମୟରେ ଏସପିଙ୍କ ଗାଡିକୁ ମଧ୍ୟ ଢେଲାମାଡ ହୋଇଥିଲା । ଏଥିରେ ଏସପିଙ୍କ ଗାଡି କାଚ ଭାଙ୍ଗିଯାଇଥିଲା । ତେବେ ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚିଛି । ଘଟଣାର ତଦନ୍ତ କରୁଛି ପୁଲିସ ।

Comments are closed.