www.samajalive.in
Tuesday, December 9, 2025
19.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ  ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ପାଟିତୁଣ୍ଡ ପରେ ଟାଙ୍ଗିଆରେ ଆକ୍ରମଣ ଭଳି  ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ହେଲେ ସେହି ଗ୍ରାମର ଜଗଦାନନ୍ଦ ମହାପାତ୍ରଙ୍କ ପୁଅ ସଞ୍ଜୀବ କୁମାର ମହାପାତ୍ର। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଶରତ ଚନ୍ଦ୍ର ମହାପାତ୍ରଙ୍କ ପୁଅ କିଶୋର କୁମାର ମହାପାତ୍ର ଏକ ଟାଙ୍ଗିଆରେ ସଞ୍ଜୀବଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ସଂଜୀବ ଟାଙ୍ଗିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଜର ଡାହାଣ ହାତ ଦେଖାଇ ଦେଇଥିଲେ, ଫଳରେ ଟାଙ୍ଗିଆ ଆକ୍ରମଣ ସଂଜୀବ ହାତ ପାପୁଲିରେ ଆଘାତ ଲାଗିଛି ।
ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପରିବାର ପକ୍ଷରୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କ୍ଷତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ସଞ୍ଜୀବଙ୍କ ଭାଇ ରାଜେଶ ମହାପାତ୍ରଙ୍କ ଏତଲା କୁ ଭିତ୍ତି କରି ଆଠଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗ୍ରାମ ରେ ପରିସ୍ଥିତି ଅଶାନ୍ତ ଥିବା ଯୋଗୁଁ ସେଠାରେ ପୋଲିସ ଫୋର୍ସ ମୁତୟନ କରା ଯାଇଥିବା ଜଣାପଡିଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories