www.samajalive.in
Sunday, December 14, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ କରିକୋଲ ଶତାୟୁ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ କକ୍ଷରେ ୩ଟି ଶ୍ରେଣୀର ପିଲା

ଆଠଗଡ: ରାଜ୍ୟ ଓ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣରେ ଉନ୍ନତି ଓ ଭିତ୍ତିଭୂମି ବିକାଶ ଦିଗରେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଥିବାବେଳେ ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟରେ ସର୍ବନିମ୍ନ ସୁବିଧା ଉପଲବ୍ଧ ହେଉନଥିବା ଦେଖାଯାଉଛି। ଏହିପରି ଏକ ୧୧୬ବର୍ଷର ବିଦ୍ୟାଳୟ ଆଠଗଡ ବ୍ଲକର ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ କରିକୋଲ ପ୍ରାଥମିକ ବିଦ୍ୟାଳୟ ରହିଛି, ଯେଉଁଥିରେ ଶ୍ରେଣୀଗୃହ ଅଭାବ ଯୋଗୁଁ ଗୋଟିଏ ଗୋଟିଏ କକ୍ଷରେ ୩ଟି ଲେଖାଏଁ ଶ୍ରେଣୀର ପିଲା, ଏପରିକି ବାରଣ୍ଡାରେ ମଧ୍ୟ ପିଲା ପଢୁଥିବା ଦେଖାଯାଉଛି। ଯେଉଁଠି ମଧ୍ୟାନ୍ନ ଭୋଜନ ଖାଇବାକୁ ଦିଆଯାଉଛି ଓ ଅଇଁଠା ପଡୁଛି ସେହି ବରଣ୍ଡାରେ ଶିକ୍ଷାଦାନ ବି କରାଯାଉଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ଯାଏଁ ୧୭୬ଜଣ ପିଲା ପାଠ ପଢୁଥିବାବେଳେ ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରିଥାନ୍ତି। ଏକ ଅସ୍ୱାସ୍ଥ୍ୟକର ପରିବେଶରେ ସେଠାରେ ଶିକ୍ଷାଦାନ ଚାଲିଛି। ଶୌଚାଳୟ ଅଛି କିନ୍ତୁ ତାହା ବ୍ୟବହାର ଅନୁପଯୋଗୀ ହୋଇରହିଛି।

ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଦୟନୀୟ। ସ୍କୁଲ ମଧ୍ୟରେ ଏକମାତ୍ର ନଳକୂପ ରହିଥିବାବେଳେ ସେଥିରୁ ବାହାରୁଥିବା ଜଳ ପାନୀୟ ଉପଯୋଗୀ ନୁହେଁ। ସ୍ୱଜଳଧାରାରେ ଜଳ ଯୋଗାଣ ବ୍ୟବସ୍ଥା ଲାଗି ପାଇପ ବିଛା ହୋଇଛି, ଟ୍ୟାପ ଲାଗିଛି କିନ୍ତୁ ସେଥିରେ ପାଣି ଆସୁନାହିଁ। ବିଦ୍ୟାଳୟରେ ଉପଯୁକ୍ତ ଖେଳପଡିଆଟିଏ ମଧ୍ୟ ନାହିଁ। ଏ ସଂପର୍କରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ନିଜ ପ୍ରତିକ୍ରିୟାରେ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଥିବା ଶ୍ରେଣୀଗୃହ ଗୁଡିକ ଅସୁରକ୍ଷିତ ଥିବାରୁ ସେଗୁଡିକର ମରାମତି ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସେଥିପାଇଁ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହୋଇଛି ବୋଲି ପ୍ରକାଶ କରିଥିଲେ। ବିଦ୍ୟାଳୟରେ ଏପରି ସମସ୍ୟା ଲାଗି ରହିଥିବାରୁ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ୫-ଟି ବିଭାଗ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ରୂପାନ୍ତିକରଣ କରାଯାଉଥିବାବେଳେ ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅଣଦେଖା କରିବା କେତେଦୂର ଯଥାର୍ଥ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କରିକୋଲ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ୧୧୬ବର୍ଷର ଶତାୟୁ ବିଦ୍ୟାଳୟଟିର ବିକାଶ ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories