www.samajalive.in
Sunday, December 7, 2025
26.1 C
Bhubaneswar

ଇନରହ୍ୱିଲ କ୍ଲବର ସଚେତନତା ଓ ଛତା ବଣ୍ଟନ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ (ନଂ-୩୨୬) ପକ୍ଷରୁ କରୋନା ଭୂତାଣୁ ସଂପର୍କରେ ଜନସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ସହିତ ଗରିବ ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି। କୋଭିଡ-୧୯ କଟକଣାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟମାନେ ସାମାଜିକ ଦୂରତ୍ୱ ରକ୍ଷାକରି ନିଜ ଘର ନିକଟରେ ରହୁଥିବା ଲୋକମାନଙ୍କୁ କିପରି କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବେ ସେ ସଂପର୍କରେ ବୁଝାଇଥିଲେ। ଏହା ପୂର୍ବରୁ କ୍ଲବର ସଭାନେତ୍ରୀ କଳ୍ପଲତା ଦାଶଙ୍କ ସଂଯୋଜନାରେ ଏକ ଭିଡିଓ କନ୍‍ଫରେସିଂ ମାଧ୍ୟମରେ କ୍ଲବର ସଦସ୍ୟମାନଙ୍କ ସହିତ କୋଭିଡ ସଚେତନତା ସଂପର୍କରେ ଆଲୋଚନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଭର୍ଚୁଆଲ ସଭାରେ ପୂର୍ବତନ ସଭାନେତ୍ରୀ ପୁଲିନ ମିଶ୍ର, ସିସିସି ମଞ୍ଜୁଲତା ମହାଳିକ, ସଂପାଦିକ ଦୀପାଳି ଦାଶ, ସୁଷମା ମିଶ୍ର, ସଭ୍ୟା ଗାୟତ୍ରୀ ଆଚାର୍ଯ୍ୟ ଓ ଜସ୍ମିନ ପଟ୍ଟନାୟକ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। କ୍ଲବର କର୍ମକର୍ତ୍ତା ଓ ସଦସ୍ୟଗଣ ନିଜ ଘର ନିକଟରେ ରହୁଥିବା ଘରୋଇ ସହାୟକ, ଦିନମଜୁରିଆ ଓ କୃଷି ଶ୍ରମିକଙ୍କୁ ନିଜେ ଓ ନିଜେ ପରିବାର ସଦସ୍ୟଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଯଥାରେ ପଦାରେ ନବୁଲିବା, କାମରେ ଗଲାବେଳେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରକ୍ଷା ସହିତ ନିୟମିତ ହାତ ସାବୁନରେ ଭଲକରି ଧୋଇବା ଲାଗି ସଚେତନ କରାଇଥିଲେ। ଏଥିସହିତ ସେମାନଙ୍କୁ ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ କରି ଏହାର ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories