ଜିମସାରରୁ ୬ଫୁଟ ଲମ୍ବର ନାଗସାପ ଉଦ୍ଧାର
ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ମାଧବପୁରଠାରେ ସମାଜ ଓ ଲୋକସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଏକ ୬ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ମନ୍ଦିର ପରିସରରେ ଏକ ନାଗସାପ ଥିବା ଦେଖି ଜିମସାର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ ବିଶିଷ୍ଟ ସାପଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କୁ ସୂଚନା ଦେଇଥିଲେ। ଖବର ପାଇ ସୁଶାନ୍ତ ତୁରନ୍ତ ମାଧବପୁରସ୍ଥିତ ଜିମସାରରେ ପହଞ୍ଚି ସେଠାକାର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଏକ ନାଗସାପଟିକୁ ଧରିଥିଲେ। ବନବିଭାଗର ପରାମର୍ଶ ଅନୁଯାୟୀ ସାପଟିକୁ ନିକଟସ୍ଥ ସୁବାସୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯାଇଥିବା ସୁଶାନ୍ତ ପ୍ରକାଶ କରଛନ୍ତି। ସାପଟିକୁ ଧରି ନେଇଥିବାରୁ ଜିମସାର କର୍ମଚାରୀ ଓ ଅଧିକାରୀ ସୁଶାନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
Comments are closed.