www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱପ୍ନେଶ୍ୱର ମନ୍ଦିରରେ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ ଆରମ୍ଭ

ଆଠଗଡ଼: ଆଠଗଡ଼ର ସର୍ବପୁରାତନ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିରରେ ବୈଶାଖ ଏକାଦଶୀ ତିଥିରେ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବହୁ ଶ୍ରଦ୍ଧାଳୁ ସ୍ଥାନୀୟ ଶାସନ ପୋଖରୀରେ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ଆସିବା ପରେ ମନ୍ଦିରର ଯଜ୍ଞମଣ୍ଡପରେ ଘଟସ୍ଥାପନ କରାଯାଇଥିଲା। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ମନ୍ଦିରରେ ଶିବପୁରାଣ ପାଠ, ରୁଦ୍ରାଭିଷେକ ସହିତ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ ଆୟୋଜିତ ହେଉଛି। ଶନିବାର ଚତୁର୍ଦ୍ଦଶୀ ତିଥିରେ ପୂର୍ଣ୍ଣାହୁତି ସହିତ ଏହି ବିଶ୍ୱଶାନ୍ତି ରୁଦ୍ରଯଜ୍ଞ ସମାପିତ ହେବ। ବିଶ୍ୱଶାନ୍ତି ରୁଦ୍ରଗୋଷ୍ଠୀର ମହନ୍ତ ସୁଧାଂଶୁମୋହନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ଯଜ୍ଞ ପରିଚାଳନାରେ ସୁବାସ ପ୍ରସାଦ ରଥ, ମନ୍ଦିର ପୂଜକ ରବିନାରାୟଣ ପଣ୍ଡା, ପ୍ରତାପ ମହାପାତ୍ର, ଧନେଶ୍ୱର ବାରିକ, ସୌମ୍ୟରଞ୍ଜନ ରଥ, ଅମରନାଥ ମହାନ୍ତି ଓ ନୀଳକଣ୍ଠ ଦୋରା ପ୍ରମୁଖ ସହଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories