Patra electronics

ଶ୍ରୀରାମଚରିତମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

ଆଠଗଡ: ଆଠଗଡ ସହରର ଚାନ୍ଦବାଲିଛକସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ମନ୍ଦିର ପ୍ରାଙ୍ଗଣରେ ଚର୍ତୁବିଂଶତମ ବାର୍ଷିକ ଶ୍ରୀରାମଚରିତମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୨ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଘୃତଯଜ୍ଞ ୧୦ତାରିଖର ପୂର୍ଣ୍ଣାହୁତି ସହ ସମାପିତ ହେବ। ଶୁକ୍ରବାର ଶୁଭାଧିବାସ, ଅଙ୍କୁରାରୋପଣ, ମଙ୍ଗଳ କିର୍ତ୍ତନ ସହ କଳସ ଶୋଭାଯାତ୍ରା ଓ ଘଟସ୍ଥାପନ କରାଯାଇଥିଲା। ଏହି ୯ଦିନ ଧରି ୨ତାରିଖରେ ବିଶିଷ୍ଟ ପ୍ରବକ୍ତା ଶରଣାରବିନ୍ଦ, ୩ତାରିଖରେ ପଣ୍ଡିତ ବ୍ରଜକିଶୋର ମହାନ୍ତି, ୫ତାରିଖରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା, ୭ତାରିଖରେ ପଣ୍ଡିତ କୃଷ୍ଣକେଶବ ଷଡଙ୍ଗୀ, ୮ରେ ରଜନୀ ରଞ୍ଜନ ଦାଶ, ୯ରେ ପଣ୍ଡିତ ରଜତ କରଙ୍କ ସମେତ ଅନ୍ୟ ଦିନଗୁଡିକରେ ପ୍ରବକ୍ତା ପ୍ରେମଲତା ଦାଶ, ପଣ୍ଡିତ ରାମନିରଞ୍ଜନ ଦାଶଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି। ୨ତାରିଖ ଘୃତଯଜ୍ଞ ଆରମ୍ଭ ହେଉଥିବାବେଳେ ପଣ୍ଡିତ ନିରଞ୍ଜନ ରଥ ପରିଚାଳନା ପ୍ରତିନିଧି ଭାବେ ଯଜ୍ଞର କର୍ତ୍ତା ହୋଇଛନ୍ତି। ସେହିପରି ୩ତାରିଖରେ ରାମନାରାୟଣ ମହାପାତ୍ର, ୪ତାରିଖରେ ସମୀର କୁମାର ଜଗତି, ୫ତାରିଖରେ ସୌମ୍ୟରଞ୍ଜନ ତ୍ରିପାଠୀ, ୬ତାରିଖରେ ପ୍ରଭାକର ପଟ୍ଟନାୟକ, ୭ତାରିଖରେ ଗୋଲକ ବିହାରୀ ସାହୁ, ୮ତାରିଖରେ କାହ୍ନୁଚରଣ ସ୍ୱାଇଁ ୯ରେ ସଂଜୀବ ଲୋଚନ ସାହୁ ଏବଂ ୧୦ତାରିଖ ପୂର୍ଣ୍ଣାହୁତି ଦିନ ପର୍ଶୁରାମ ସାହୁ କର୍ତ୍ତା ଭାବେ ଯଜ୍ଞ ପରିଚାଳନା କରିବେ। ପଣ୍ଡିତ ବିଭୂ ପ୍ରସାଦ ଶତପଥୀ ଓ ପଣ୍ଡିତ ନେତ୍ରାନନ୍ଦ ଶତପଥୀ ପୁରୋଧା ଭାବେ ଯଜ୍ଞ ପରିଚାଳନା କରୁଥିବାବେଳେ ମାନସ ରଞ୍ଜନ ପଣ୍ଡା, ଅକ୍ଷୟ କୁମାର ମିଶ୍ର, ରାମଚନ୍ଦ୍ର ରଣା, ବ୍ୟାସ ଓ ଧାରକ ଭାବେ ଶ୍ରୀରାମଚରିତମାନସ ପାରାୟଣ କରୁଛନ୍ତି।

Comments are closed.