www.samajalive.in
Saturday, December 6, 2025
14.1 C
Bhubaneswar

ମାଟ୍ରିକ୍‍ ସମାପ୍ତି ସୂଚକ ଆକଳନ ପରୀକ୍ଷା ଆରମ୍ଭ

ଆଠଗଡ: ଆଠଗଡ ବ୍ଲକରେ ସମସ୍ତ ଉଚ୍ଚ ବିଦ୍ୟାଳୟର ମାଟ୍ରିକ ପିଲାଙ୍କର ପ୍ରଥମ ପର୍ଯ୍ୟାୟ ସମାପ୍ତି ସୂଚକ ଆକଳନ ବା ସମେଟିଭ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ଆରମ୍ଭ ହୋଇଛି। ଆଠଗଡ ବ୍ଲକରେ ମୋଟ ୧୨ଟି କେନ୍ଦ୍ରରେ ଦଶମ ଶ୍ରେଣୀର ୧୭୯୮ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୭୪୪ଜଣ ପରୀକ୍ଷା ଦେଇଥିବା ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ। ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠ କେନ୍ଦ୍ରରେ ସରକାରୀ ବାଳିକା ହାଇସ୍କୁଲର ୧୧୫ ଏବଂ କନ୍ଦରପୁର ହାଇସ୍କୁଲର ୬୭ପିଲା ପରୀକ୍ଷା ଦେଇଥିଲେ। ସେହିପରି ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ ବେଣ୍ଟପଦା ହାଇସ୍କୁଲର ୮୨ ଏବଂ କନ୍ତୋଲର ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୪୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଓଏମଆର ପଦ୍ଧତିରେ ୫୦ନମ୍ବର ବିଶିଷ୍ଟ ପରୀକ୍ଷା ୨ଟି ସିଟିଂରେ କରାଯାଉଥିବାବେଳେ ମୋଟ ୩ଦିନ ମଧ୍ୟରେ ଏହି ପରୀକ୍ଷା ଶେଷ ହେବ।

ବିଶ୍ୱନାଥ ବିଦ୍ୟାପୀଠ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଶ୍ନପତ୍ରର ନୋଡାଲ ସେଣ୍ଟର ହୋଇଥିବାବେଳେ ଏଥିରେ ଆଠଗଡ ବ୍ଲକର ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, ଯୋରନ୍ଦାର ଏମଏସଏସ ବିଦ୍ୟାପୀଠ, ବେଣ୍ଟପଦା ହାଇସ୍କୁଲ, ମାଧବପୁରର କନ୍ୟାଶ୍ରମ, କୁଲାଇଲୋର ଏଡିଏସ ବିଦ୍ୟାପୀଠ, ଖୁଣ୍ଟୁଣୀର ରାଧାନାଥ ବିଦ୍ୟାପୀଠ, ବାଳିର ଏସଏସ ବିଦ୍ୟାପୀଠ, ଅରଖପାଟଣାର ଲୋକନାଥ ବିଦ୍ୟାପୀଠ ଏବଂ ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ବିଦ୍ୟାପୀଠ ଓ ବାଙ୍କୀ ବ୍ଲକର ସରଣ୍ଡା ବିଦ୍ୟାପୀଠକୁ ଏଠାରୁ ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରତିଦିନ ପଠାଯାଉଛି। ନୋଡାଲ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଭାବେ ବିଶ୍ୱନାଥ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି ଏବଂ ଉପଅଧିକାରୀ ଭାବେ ଶିକ୍ଷକ କାଶିନାଥ ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories