www.samajalive.in
Saturday, December 6, 2025
14.1 C
Bhubaneswar

ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣା, ୮ ଗିରଫ

ନୟାଗଡ଼:ମେରୁ ଉତ୍ସବ ପାଳନ ବେ‌ଳେ ନୟାଗଡ଼ ସହରରେ ବୁଧବାର ରାତିରେ ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ ମୁନା ପ୍ରଧାନ (୩୮), କାବୁଲି ପ୍ରଧାନ (୪୦) ଓ ଆନନ୍ଦ ଚନ୍ଦ୍ର ପ୍ରଧାନ (୪୨), ରବୀନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଆଶିଷ କୁମାର ପ୍ରଧାନ (୨୯), ବିମଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶିବାଜୀ ସାମନ୍ତରାୟ (୨୮), ଈଶ୍ୱର ଜେନାଙ୍କ ପୁଅ ଭାସ୍କର ଜେନା (୨୫), ବିଶିଆ ଭୋଳଙ୍କ ପୁଅ ଉଦୟନାଥ ଭୋଳ (୪୮) ଓ ବିଜୟ କୁମାର ପ୍ରଧାନଙ୍କ ପୁଅ ସୌଭାଗ୍ୟ ରଂଜନ ପ୍ରଧାନ ଓରଫ ସିଲୁ (୨୮)। ଏମାନେ ସମସ୍ତେ ନୟାଗଡ଼ ଜିଲା ଦେଉଳପଲ୍ଲୀ ନିବାସୀ। ଟାଉନ୍‌ ଥାନା ଅଧୀନ ସିନ୍ଦୁରିଆର ।

 

- Advertisement -

ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଦଣ୍ଡଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ଗାପ୍ରସାଦର ଗ୍ରାମର ବିକ୍ରମ ପରିଡ଼ାଙ୍କ ପୁଅ ନବୀନ ପରିଡ଼ା(୨୭)ଙ୍କୁ ଏକ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ। ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା। ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମକୁ ଫେରିଥାନ୍ତେ। କିନ୍ତୁ କିଏ ଆଗ ଦର୍ଶନ କରିବ, ଡିଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories