www.samajalive.in
Saturday, December 6, 2025
14.1 C
Bhubaneswar

ସର୍ଟ ସର୍କିଟରୁ ଜଳିଗଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଚାଳକ ଓ କର୍ମଚାରୀ

ପାଟଣା: ଆଜି ସର୍ଟ ସର୍କିଟରୁ ନିଆଁ ଲାଗି ଗୋଟିଏ ବୋଲେରୋ ସମ୍ପୂର୍ଣ୍ଣ ଜଳି ଯାଇଛି। ବୋଲେରୋରେ ନିଆଁ ଲାଗିବା ପୂର୍ବରୁ ଚାଳକ ଓ କର୍ମଚାରୀ ଓହ୍ଲାଇ ଯିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପାଟଣା ବ୍ଲକ ଅନ୍ତର୍ଗତ କଇଁଣ୍ଡା ଗ୍ରାମର ଶିରିଶ ଦେହୁରୀଙ୍କ ବୋଲେରୋଟି ଖିରେଇଟାଙ୍ଗିରିରେ ରାସ୍ତା ନିର୍ମାଣକାରୀ ମଣ୍ଟେକାର୍ଲୋ ସଂସ୍ଥାରେ ଭଡ଼ାରେ ଲାଗିଥିଲା। ଏହି ବୋଲେରୋଟି କେନ୍ଦୁଝର ଯାଉଥିବା ସମୟରେ ଆଜି ସନ୍ଧ୍ୟା ୮ଟା ପରେ ପରେ ଖିରେଇଟାଙ୍ଗିରି ଟୋଲ୍ ଗେଟ୍ ନିକଟ ମା’ ଟାଙ୍ଗରାଣୀପାଟ ଠାକୁରାଣୀ ଶାଳ ପାଖରେ ୱେୟାରିଂ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଜଳି ଯାଇଥିଲା। ଠିକା ସଂସ୍ଥାର ପାଣି ବୁହା ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବୋଲେରୋଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ବୋଲେରୋରେ ହଠାତ ନିଆଁ ଲାଗିବା ଦେଖି ବୋଲେରରୁ ଚାଳକ ଓ କର୍ମଚାରୀ ଆଗୁଆ ଓହ୍ଲାଇ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories