www.samajalive.in
Sunday, December 14, 2025
17.1 C
Bhubaneswar

ଧାଇପୁରରେ ରକ୍ତଦାନ ଶିବିର, ୧୨୧ୟୁନିଟ ସଂଗୃହୀତ

ଆଠଗଡ: ଆଠଗଡ ବିଜୁ ଯୁବ-ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଯୋଗରେ ଧାଇପୁରଠାରେ ମଙ୍ଗଳବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଟକ ରେଡକ୍ରସ ରକ୍ତଭଣ୍ଡାରର ଡାକ୍ତରୀଦଳ ୧୨୩ଜଣ ସ୍ୱେଚ୍ଛାକୃତ ରକ୍ତଦାତାଙ୍କର ରକ୍ତ ସଂଗ୍ରହ କରିଥିଲେ। ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ କୁମାର ଦାସ ଓ ଆବାହକ ରାକେଶ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଜୀବନଦାନ ସହିତ ସମାନ ଏବଂ ଏହା ସର୍ବଶ୍ରେଷ୍ଠ ମାନବସେବା ବୋଲି ମତବ୍ୟକ୍ତ କରିଥିଲେ।

 

- Advertisement -

ଏଥିରେ ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଧାଇପୁର ବିଜେଡି ସଭାପତି ଉଦ୍ଧବ ସାହୁ, ଅଶୋକ କୁମାର ରାଉତ, ଦେବରାଜ ପ୍ରଧାନ, ସଂଗଠକ ଶଶଧର ସାହୁ, ପ୍ରଶାନ୍ତ କୁମାର ସାହୁ, ଧରଣୀଧର ବେହେରା, ବିଶ୍ୱଜିତ୍‍ ସାହୁ, ସୁଜିତ୍‍ କୁମାର ରାଉତ, ସନ୍ତୋଷ କୁମାର ସାହୁ, ଧନେଶ୍ୱର ବେହେରା, ତପନ କୁମାର ସାହୁ, କାହ୍ନୁ ବେହେରା ପ୍ରମୁଖ ଏହି ରକ୍ତଦାନ ଶିବିର ପରିଚାଳନା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories