ଗୋଠଛଡ଼ା ଦନ୍ତାର ଉତ୍ପାତ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ମାତିଛି ଗୋଠ ଛଡା ଦନ୍ତା ,ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ବନାଞ୍ଚଳର ଉଦୟପୁର , ରାଜନଗର, ଯମୁନାପଶି ଅଞ୍ଚଳରେ ଆତଙ୍କ ଖେଳାଇଛି। ଅନ୍ୟ ହାତୀପଲଙ୍କ ଠାରୁ ଅଲଗା ହେଇଥିବା ରୁ ଦନ୍ତା ହାତୀଟି ହିଂସ୍ର ହେବା ସହ ବିଳମ୍ବିତ ରାତିରେ ପୁରୁଣିଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଘରର କବାଟ ଝରକା ଖୋଲି ଧାନ ଚାଇଳ ଖାଇ ନଷ୍ଟ କରିବା ସହ ପନିପରିବା ଚାଷକୁ ମାଡି ଚକଟି ନଷ୍ଟ କରିଛି।

 

ବନ ବିଭାଗ ଉଦ୍ୟମ ରେ ଗୋଠ ଛଡା ଦନ୍ତାକୁ ଅନ୍ୟ ହାତୀପଲ ସହ ମିଶାଇକୁ ଚେଷ୍ଟା ଜାରି ରହିଛି। ଏବେ ଗୋଠ ଛଡା ଦନ୍ତା ଏବେ ମଇଦାନକେଲ ସଂରକ୍ଷିତ ଜଙ୍ଗଲ ରେ ଥିବା ବନ ବିଭାଗ ସୂଚନା ଦେଇଛି। ଗାଁ ନିକଟରେ ଗୋଠ ଛଡା ଦନ୍ତା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ ଶୀଘ୍ର ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ଦାବି ହୋଇଛି।

Comments are closed.