www.samajalive.in
Monday, December 15, 2025
17.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ଏଡ୍‍ସ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରରେ ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତରେ ରାଧାବଲ୍ଲଭପୁର ଗ୍ରାମରେ ବିଶ୍ୱ ଏଡ୍‍ସ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ଏଚଆଇଭି ବା ଏଡ୍‍ସ ରୋଗର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଏଡ୍‍ସ ଏକ ଭୂତାଣୁ ଜନିତ ରୋଗ ଯାହାକୁ ଆକ୍ୱାର୍ଡ ଇମ୍ୟୁନୋ ଡେଫିସିଏନ୍‍ସି ସିଣ୍ଡ୍ରୋମ୍‍ ବା ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସକାରୀ ଲକ୍ଷଣ ସମୂହ। ଏହା ସାରା ବିଶ୍ୱରେ ଏକ ମହାମାରୀ ସ୍ୱରୂପ ଦୀର୍ଘ ବର୍ଷ ହେଲା ଦେଖାଯାଉଛି। ଏହି ରୋଗ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍‍ସ ଦିବସ ରୂପେ ୧୯୮୮ମସିହାରୁ ପାଳନ କରାଯାଉଅଛି।

ସେହିପରି ପ୍ରତ୍ୟେକ ବର୍ଷ ୧୯୯୮ ମସିହା ମେ ୧୮ତାରିଖ ଦିନଟିକୁ ‘ୱାର୍ଲଡ୍‍ ଏଡସ୍‍ ଭାକ୍‍ସିନ ଦିବସ’ ରୂପେ ସଚେତନତା ପାଇଁ ମଧ୍ୟ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ଏଡ୍‍ସ ଦିବସ ପାଇଁ ଚଳିତ ବର୍ଷ ବାର୍ତ୍ତର୍ା ହେଉଛି “ଅସମାନତା ଦୂର କରି, ଏଡ୍‍ସ ନିୟନ୍ତ୍ରଣ କରି, ମହାମାରୀକୁ ଶେଷ କରିବା” ଏଡ୍‍ସ ରୋଗ ୧୯୮୧ମସିହାରେ ସର୍ବ ପ୍ରଥମେ ଆମେରିକାରେ ଜଣାପଡିଥିଲା। ଭାରତରେ ୧୯୮୬ମସିହାରେ ପ୍ରଥମେ ବମ୍ବେ ଓ ପରେ ତାଲିମନାଡୁରେ ଥିବା ଦେହଜୀବୀଙ୍କ ଠାରେ ଦେଖାଯାଇଥିଲା। ଏଚ.ଆଇ.ଭି ଭୂତାଣୁ ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ କରି ରକ୍ତରେ ଥିବା ଲିମ୍ଫୋସାଇଟ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଜାତ କରାଇଥାଏ ତାକୁ ନଷ୍ଟ କରିଦିଏ। ଫଳରେ ଜୀବାଣୁ, ଭୂତାଣୁ ଓ କବକ ମାନେ ସହଜରେ ବିଭିନ୍ନ ରୋଗ କରାଇ ରୋଗୀକୁ ମୃତ୍ୟୁ ମୁଖକୁ ନେଇଯାଆନ୍ତି। ସଂକ୍ରମିତ ରୋଗୀର ରକ୍ତ ସୁସ୍ଥ ଲୋକର ରକ୍ତ ସହ ମିଶିଲେ, ସଂକ୍ରମିତ ବ୍ୟକ୍ତିଙ୍କ ସହ ଯୈାନ ସଂପର୍କ ରଖିଲେ କିମ୍ବା ରୋଗୀ ନେଇଥିବା ଛୁଞ୍ଚିରେ ଅନ୍ୟ ଲୋକ ଇଞ୍ଜେକ୍‍ସନ୍‍ ନେଲେ ଓ ଭୂତାଣୁ ସଂକ୍ରମିତ ଗର୍ଭବତୀ ମହିଳା ଠାରୁ ଶିଶୁ ଜନ୍ମ ହଲେ ଏହି ରୋଗ ନିଶ୍ଚିତ ରୂପେ ଶିଶୁକୁ ସଂକ୍ରମିତ କରାଏ।

- Advertisement -

ଏଡ୍‍ସର ଭୂତାଣୁ ଦେହରେ ପଶିବା ପରେ ସଙ୍ଗେ ସଙ୍ଗେ ଲକ୍ଷଣ ପ୍ରକାଶ ପାଇନଥାଏ। କିନ୍ତୁ କିଛିଦିନ ପରେ ରୋଗୀର ପ୍ରତିରୋଧକ ଶକ୍ତି ହ୍ରାସ ପାଇଲା ପରେ କ୍ରମାଗତ ଭାବେ ଓଜନ କମିଯାଏ। ଅଧିକ ଦିନ ଧରି ଜ୍ୱର, ଝାଡା ଓ କାଶ ଲାଗି ରହିବା ସହ ଦେହ କୁଣ୍ଡାଇ ହେବା ଓ ଚାରିଆଡେ ଦେହର ଗ୍ରନ୍ଥିମାନ ପୁଲି ଯିବା ସହ ଇତ୍ୟାତି ଲକ୍ଷଣମାନ ପ୍ରକାଶ ପାଇଥାଏ। ଏହି ରୋଗର କୌଣସି ଚିକିତ୍ସା ନାହିଁ କହିଲେ ଭୁଲ ହେବନାହିଁ। କିନ୍ତୁ ଯେଉଁ ରୋଗୀମାନେ ସଂକ୍ରମିତ ସେମାନଙ୍କୁ ସରକାରଙ୍କ ତରଫରୁ ଏ.ଆର.ଟି ସେଣ୍ଟରମାନଙ୍କରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ, ଲକ୍ଷଣ ଅନୁଯାୟୀ ଚିକିତ୍ସା ଓ ସମସ୍ତ ପ୍ରକାର ପରାମର୍ଶ ମାଗଣା ଯୋଗାଇ ଦିଆଯାଇଥାଏ। ଏବେ ଗ୍ରାମରେ ହେଉଥିବା ସ୍ୱାସ୍ଥ୍ୟ ପୃଷ୍ଟିକର ଶିବିରରେ ଏଚଆଇଭି ପରୀକ୍ଷା ମାଗଣାରେ କରାଯାଉଛି। ୨୦୩୦ମସିହା ସୁଦ୍ଧା ଦେଶକୁ ଏଡସ ସଂକ୍ରମଣରୁ ମୁକ୍ତ କରିବା ଲାଗି ଭାରତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ଏବେ ସରକାରଙ୍କ ତରଫରୁ ଡୁଆଲ କମ୍ବୋ କିଟ୍‍ ଅର୍ଥାତ୍‍ ଗୋଟିଏ କିଟ୍‍ରେ ଏଚ.ଆଇ.ଭି ଓ ସିପ୍‍ଲିସ୍‍ ମାଗଣା ପରୀକ୍ଷାର ବ୍ୟବସ୍ଥା କରିଛନ୍ତି। ସଚେତନତା ହିଁ ଏଡ୍‍ସରୁ ସୁରକ୍ଷା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶାକର୍ମୀ ମନୋରମା ସାହୁ, ସାମାଜିକ କର୍ମୀ ରମା ସାହୁଙ୍କ ସମେତ ବହୁ ଗ୍ରାମବାସୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories