ଆଠଗଡ: ଆଠଗଡରେ କୋଭିଡ କଟକଣା ଯୋଗୁଁ ଅତ୍ୟନ୍ତ ନିରାଡମ୍ବର ଭାବେ ବିଶ୍ୱକର୍ମାପୂଜା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଯାନ୍ତ୍ରିକ ବିଭାଗ, ବୈଷୟିକ ପ୍ରତିଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଧି ରକ୍ଷା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା। ଆଠଗଡ ଟାଟା ପାୱାର ବିଦ୍ୟୁତ୍ ବିତରଣ କମ୍ପାନୀ ପକ୍ଷରୁ ସବ୍ ଷ୍ଟେସନ ପରିସରରେ, ମା ବାଉତୀ ଟ୍ୟାକ୍ସି ଚାଳକ ସଂଘ ପକ୍ଷରୁ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ପୂଜା କରାଯାଇଥିବାବେଳେ ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜଳସେଚନ ବିଭାଗ, ଦୂରସଂଚାର ନିଗମ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସମେତ ବିଭିନ୍ନ ଯାନ୍ତ୍ରିକ ବ୍ୟବସାୟୀକ ପ୍ରତିଷ୍ଠାନରେ ବିଶ୍ୱକର୍ମା ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।
ନିରାଡମ୍ବରରେ ବିଶ୍ୱକର୍ମା ପୂଜା
Popular Categories



