www.samajalive.in
Saturday, December 13, 2025
23.1 C
Bhubaneswar

ବନ୍ୟାଜଳରେ ଭାସିଗଲା କାର୍‍, ୨ ସୁରକ୍ଷିତ ଉଦ୍ଧାର

ଆଠଗଡ: ଆଠଗଡ ମଧ୍ୟଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟ ଢାଉରଙ୍ଗ ପୋଲ ଉପରେ ଓ ସଂଯୋଗୀ ରାସ୍ତାରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ସୋମବାର ରାତିରେ ସେଠାରେ ଏକ ଅଘଟଣ ଘଟିଥିଲା। ସେହି ରାସ୍ତା ଦେଇଯାଉଥିବା ଏକ କାର୍‍ ବନ୍ୟାଜଳରେ ଭାସିଯିବା ପରେ ଗାଡିର ମାଲିକ କଟକ ତୁଳସୀପୁର ଅଞ୍ଚଳର ଆଇନଜୀବୀ ମାନସ ରଞ୍ଜନ ସାହୁ ଓ ଚାଳକ ମହମ୍ମଦ ୱାସିମ୍‍ ଆକ୍ରମ୍‍ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିର କବାଟ ଖୋଲି ବାହାରି ଆସି ଛାତ ଉପରେ ଠିଆ ହୋଇ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ।

ରାତି ପ୍ରାୟ ୧ଟା ବେଳେ ଏହି ଘଟଣା ଘଟିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେମାନଙ୍କୁ ଆଠଗଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିଲା। ତେବେ କାର୍‍ଟି ଏବେବି ବନ୍ୟାଜଳ ମଧ୍ୟରେ ବୁଡି ରହିଥିବା ଜଣାପଡିଛି। ମଧ୍ୟରାତ୍ରିରେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିବାରୁ ଆଇନଜୀବୀ ଶ୍ରୀ ସାହୁ କୃତଜ୍ଞତା ଜଣାଇଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories