www.samajalive.in
Thursday, December 11, 2025
26.1 C
Bhubaneswar

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରିଲିଫ ବଣ୍ଟନ

ଆଠଗଡ: ଆଠଗଡରେ ଲଘୁଚାପଜନିତ ବର୍ଷା ପରବର୍ତ୍ତୀ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ସରକାରୀ ଓ ବେସରକାରୀ ସଙ୍ଗଠନ ଏବଂ ରାଜନୈତିକ ନେତାମାନେ ବନ୍ୟାଅଞ୍ଚଳ ପରିଦର୍ଶନ କରିବା ସହିତ ରିଲିଫ ବଣ୍ଟନ କରିଥିବା ଜଣାପଡିଛି। ଶାସକ ଦଳର ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡାଙ୍କ ସମେତ ବହୁ ତୁଙ୍ଗ ନେତା ବିଭିନ୍ନ ବନ୍ୟାଞ୍ଚଳ ଗସ୍ତକରି ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହିତ ରିଲିଫ ଆକାରରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବ୍ଲକ ସଭାପତି ସୁଦର୍ଶନ ସାହୁ, ଯୁବକଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତ, ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଠଗଡ ଏନଏସି ଓ ଗ୍ରାମାଞ୍ଚଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଯୁବସଂଗଠକ ଅଭୟ କୁମାର ବାରିକ ମଧ୍ୟ ତାଙ୍କ ସହଯୋଗୀମାନଙ୍କୁ ଧରି ଆଠଗଡ ଏନଏସିର ୭ଟି ୱାର୍ଡ ଓ କେତେକ ପ୍ରଭାବିତ ଗ୍ରାମକୁ ଯାଇ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ଓ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଲୋକମାନଙ୍କୁ ସମବେଦନା ଜଣାଇବା ସହ ଯଥାସାଧ୍ୟ ରିଲିଫ ବଣ୍ଟନ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories