www.samajalive.in
Sunday, December 14, 2025
17.1 C
Bhubaneswar

‘ଫିଟ୍‍ ଇଣ୍ଡିଆ’ ର ପ୍ରସାର ପାଇଁ ସ୍କାଉଡ ଶିକ୍ଷକଙ୍କର ୫୦୦କିମି ବାଇକ ଯାତ୍ରା

ଆଠଗଡ: ‘ଫିଟ ଇଣ୍ଡିଆ ମୁଭମେଣ୍ଟ’ ର ପ୍ରଚାର ଓ ପ୍ରସାର ପାଇଁ ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ଏମଏସଏସ ବିଦ୍ୟାପୀଠର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ୫୦୦କିମି ବାଇକ୍‍ ଯାତ୍ରାକରି ଫେରିଛନ୍ତି। ଭାରତ ସରକାରଙ୍କର ଫିଟ ଇଣ୍ଡିଆ ଅଭିଯାନ ସଂପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶ୍ରୀ ତ୍ରିପାଠୀ ରବିବାର ଦିନ ୨ଟା ସମୟରେ ଆଠଗଡ ବୀରକିଶୋରପୁର ଛକଠାରୁ ବାଇକ ଯାତ୍ରା ଆରମ୍ଭକରି ବାରଙ୍ଗ, ପିତାପଲ୍ଲୀ, ଖୋର୍ଦ୍ଧା, ବାଲୁଗାଁ, ତାରାତାରିଣୀ ମାର୍ଗ ଦେଇ ପୁରୁଷୋତ୍ତମପୁରଠାରେ ପହଞ୍ଚି ଥିଲେ। ତା ପରଦିନ ପୁରୁଷୋତ୍ତମପୁରରୁ ବାହାରି ପୋଲସରା, ବୁଗୁଡା, ବୁଦ୍ଧଖୋଲ, ଓଡଗାଁ, ଶରଣକୁଳ, ନୟାଗଡ, ରାଜସୁନାଖଳା, ଖୋର୍ଦ୍ଧା, ଭୁବନେଶ୍ୱର ଓ ନନ୍ଦନକାନନ ଦେଇ ରାତି ୧୦ଟାରେ ଆଠଗଡ ଠାରେ ପହଞ୍ଚିଥିଲେ। ବାଟରେ ବିଭିନ୍ନ ସ୍ଥାନରେ କଲେଜ ଓ ସ୍କୁଲର ସ୍କାଉଟ ଛାତ୍ରଛାତ୍ରୀ ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ ଜଣାଇଥିବାବେଳେ ସେ ଫିଟ ଇଣ୍ଡିଆ ସଂପର୍କରେ ସେମାନଙ୍କୁ ସଚେତନ କରାଇବା ସହ ସଂକଳ୍ପ ପାଠ କରାଇଥିଲେ। ତାଙ୍କର ଏପରି ଜନସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories