www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟ ପୋଷଣ ସପ୍ତାହ ଉଦ୍‍ଯାପିତ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୂଲ୍ୟରେ ୮ଟି ପଞ୍ଚାୟତର ୩୮ଟି ଗ୍ରାମରେ ସପ୍ତାହବ୍ୟାପୀ ଚାଲିଥିବା ପୋଷଣ ସପ୍ତାହରେ ସଚେତନତା କାର୍ଯ୍ୟକ୍ରମ ଧାଇପୁରଠାରେ ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି । ଧାଇପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ପୋଷଣ କଣ ଏବଂ ପୋଷଣ ସପ୍ତାହ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଆମ ଶରୀର ପାଇଁ ସଠିକ୍‍ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ପୋଷଣଯୁକ୍ତ ଖାଦ୍ୟ ନଖାଇଲେ ପୃଷ୍ଟିସାର ଅଭାବ ଜନିତ ରୋଗ ସୃଷ୍ଟି ହୋଇଥାଏ ।

ସାଧାରଣତଃ ପୁଷ୍ଟିସାର ଖାଦ୍ୟ ଅଭାବରୁ ନବଜାତ ଶିଶୁର ଠିକ୍‍ ଭାବେ ଶରୀର ଗଠନ ହୋଇପାରେ ନାହିଁ ଏବଂ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । ଶିଶୁକୁ ୬ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ଆବଶ୍ୟକ । ସେହିପରି ପ୍ରସୂତୀ ମା’ ମାନେ ସନ୍ତୁଳିତ ପୋଷଣଯୁକ୍ତ ଖାଦ୍ୟ ଖାଇବା ଦରକାର । ଗର୍ଭବତୀ, ପ୍ରସୂତୀ ଓ ଶିଶୁ ଉପଯୁକ୍ତ ପୋଷଣ ଅଭାବରୁ ବିଭିନ୍ନ ରୋଗର ଶିକାର ହେଉଥିବାରୁ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଜରୁରୀ ବୋଲି ଶ୍ରୀ ଅସଲମ ମତବ୍ୟକ୍ତ କରିଥିଲେ । କେଉଁ ଖାଦ୍ୟରେ ପୋଷଣଯୁକ୍ତ ତତ୍ୱ ରହିଛି ସେ ସଂପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ପିଠା ସହିତ ବିଭିନ୍ନ ପ୍ରକାର ଡାଲି ଓ ଶଷ୍ୟଜାତୀୟ ଖାଦ୍ୟ ପରିବେଷଣ କରାଯିବା ସହ ମା’ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ମାଳତୀ ପ୍ରଧାନ, ଲଳିତା ବେହେରା, ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ସଂଯୁକ୍ତା ରାଉତଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଏବଂ ବହୁ ଗର୍ଭବତୀ, ପ୍ରସୂତୀ ଓ ନବବିବାହିତା ମହିଳା ଯୋଗଦାନ କରିଥିଲେ ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories