www.samajalive.in
Wednesday, December 10, 2025
17.1 C
Bhubaneswar

ଶ୍ରୀନଗରରେ ଗ୍ରେନେଡ଼ ଆକ୍ରମଣ – ୭ ଆହତ

ଶ୍ରୀନଗର: କାଶ୍ମୀରର ମୁଖ୍ୟ ସହର ଶ୍ରୀନଗରରେ ଶନିବାର ଗ୍ରେନେଡ଼ ଆକ୍ରମଣରେ ୫ଜଣ ଆହତ ହୋଇଥିବା ଜଣାପଡିଛି। କାଶ୍ମୀରରେ ଧାରା ୩୭୦ ଉଛେଦ ପରେ ଦ୍ଵିତୀୟ ଥର ଏଭଳି ଆକ୍ରମଣ କରାଯାଇଥିବା ସେଠାକାର ଜଣେ ପୁଲିସ ଅଧିକାରୀ କହିଛନ୍ତି। କାଶ୍ମୀର ପୁଲିସ ଟ୍ୱିଟ କରି ଜଣାଇଛି, ଆତଙ୍କବାଦୀମାନେ ଶ୍ରୀନଗରର ଜନ ଗହଳି ପୂର୍ଣ୍ଣ ଏଚଏସଏଚ ଷ୍ଟ୍ରୀଟରେ ଗ୍ରେନେଡ଼ ଫିଙ୍ଗି ଥିଲେ।। ଏଥିରେ ଆହତ ହୋଇଥିବା ୫ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ସମ୍ପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରାଯାଇ ତଲାସି ଅଭିଯାନ ଜୋରଦାର କରାଯାଇଛି।

ଆହତମାନଙ୍କୁ ଶ୍ରୀ ମହାରାଜ ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉଛେଦ ପରେ ଆଜି ସେଠାକାର ଦୋକାନୀମାନେ ପ୍ରତିବାଦ ସ୍ୱରୂପ ଦୋକାନ ବଜାର ବନ୍ଦ କରିଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଏକ ସପ୍ତାହ ପୂର୍ବରୁ କାଶ୍ମୀରର ଅନନ୍ତନାଗ ଅଂଚଳରେ ଗ୍ରେନେଡ଼ ଆକ୍ରମଣରେ ୧୦ ଜଣ ଆହତ ହୋଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories