ରେଙ୍ଗାଲି : ୨୩ ବର୍ଷରୁ କମ୍ ଓଡିଶା କ୍ରିକେଟ ଟିମ୍ ପାଇଁ ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପର ବାସିନ୍ଦା ଦ୍ରୁତ ବୋଲର ଆଶୁତୋଷ ଛୁରିଆ ମନୋନୀତ ହୋଇଛନ୍ତି । ବିସିସିଆଇ ପକ୍ଷରୁ ଆୟୋଜିତ ୨୦୨୩-୨୪ ଘରୋଇ ସିଜନରେ ଅନୁଷ୍ଠିତ ହେବାକୁ ଥିବା ୨୩ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ୧୬ ଜଣିଆ ଦଳରେ ଶ୍ରୀ ଛୁରିଆଙ୍କୁ ସ୍ଥାନ ମିଳିଛି। ୨୩ ବର୍ଷରୁ କମ୍ ଓଡିଶା ଟିମ୍ ଆସନ୍ତା ୨୮ ତାରିଖ ମୁମ୍ବାଇ ସହିତ ପ୍ରଥମ ମ୍ୟାଚ୍ ଖେଳିବ। ୩୦ ତାରିଖ ତ୍ରିପୁରା ଟିମ୍ । ନଭେମ୍ବର ୩ତାରିଖ ଗୁଜରାଟ ଟିମ୍। ୫ତାରିଖ ଛତିଶଗଡ ଏବଂ ୮ତାରିଖ ଗୋଆ ଦଳ ସହିତ ଖେଳିବାର କାର୍ଯ୍ୟକ୍ରମ ରହିଛି।
Popular Categories



