www.samajalive.in
Sunday, December 14, 2025
19.1 C
Bhubaneswar

ଡାକ ବିଭାଗ ପକ୍ଷରୁ ଫିଟ୍ ଇଣ୍ଡିଆ ସ୍ୱଚ୍ଛତା ଫ୍ରିଡମ ରନ୍

ସମ୍ବଲପୁର : ଫିଟନେସକୁ ପ୍ରୋତ୍ସାହନ ଓ ଏକ ସୁସ୍ଥ ଜୀବନଶୈଳୀର ମହତ୍ୱ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଫିଟ୍ ଇଣ୍ଡିଆ ମିଶନ, ଉତ୍ସାହଜନକ ଫିଟନେସ ଅଭିଯାନ ଜାରି ରହିଛି । ଫିଟନେସ ଓ ପରିଷ୍କାର ପରିଚ୍ଛନ୍ନତାର ନିଆରା ମିଶ୍ରଣରେ ଡାକ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମ୍ବଲପୁର ଡାକ ମଣ୍ଡଳର ଅଧିକ୍ଷକ ବି. ବି. ନେଗି ଓ ସମ୍ବଲପୁରର ଡାକ ଅଞ୍ଚଳର ସହକାରୀ ନିର୍ଦ୍ଦେଶକ ଯାଦବୱର ଗାରନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ କର୍ମଚାରୀ ମାନେ ସକ୍ରିୟ ରୂପେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର କଚେରୀ ଛକ ନିକଟସ୍ଥ ଡାକ ବିଭାଗର ମଣ୍ଡଳ କାର୍ଯ୍ୟାଳୟରୁ ଏକ ଫ୍ରିଡମ ରନ୍ ବାହାରି କଚେରୀ ଛକ, ଶହୀଦ ସ୍ତମ୍ଭ ଦେଇ ଚାଉଁରପୁର ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଜନସଚେତନତା ସୃଷ୍ଟି ସହିତ ସ୍ୱଚ୍ଛତା ଉପରେ ଜୋର ଦିଆଯାଇଥିଲା। ଏଭଳି ପଦକ୍ଷେପ କେବଳ ଶାରିରୀକ ସୁସ୍ଥତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories