www.samajalive.in
Monday, December 8, 2025
14.1 C
Bhubaneswar

ମାତ୍ର ୮,୪୯୯ଟଙ୍କାରେ କିଣନ୍ତୁ ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧

ନୂଆଦିଲ୍ଲୀ : ଗତବର୍ଷ ଆସସ କମ୍ପାନୀ ତାର ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧କୁ ୫୦୦୦ ଏମ୍‍ଏଚର ବ୍ୟାଟେରୀ ସହିତ ଲଞ୍ଚ କରିଥିଲା। ଏହାପରେ ବଜାରକୁ ଆସିଥିଲା ଏହାର ଅପଗ୍ରେଡ ଭର୍ସନ ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୨। ସେହିଭଳି ଏବେ ଫ୍ଲିପପକାର୍ଟରେ ଓଏମଜି ସେଲର ଆରମ୍ଭ ହୋଇଛି। ଯାହା ୬-୯ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଆସସର ଅନେକ ଗୁଡିଏ ଫୋନରେ ରିଆତି ମିଳୁଛି। ତେଣୁ ବର୍ତ୍ତମାନ ଫ୍ଲିପପକାର୍ଟରେ ଓଏମଜି ସେଲରୁ ୁ ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧ଫୋନକୁ ୮,୪୯୯ଟଙ୍କାରେ କିଣିପାରିବେ।

courtesy-fonearena.com

ଏହି ଫୋନରେ ଡୁଆଲ ସିମ ସପୋର୍ଟ, ଆଉଟ ଅଫ ବକ୍ସ ଆଣ୍ଡ୍ରଏଡ ଓରିୟୋ ୮.୧, ୫.୯୯ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୧୬୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮:୯ରହିଛି। ଏହାବ୍ୟତୀତ ଫୋନରେ ଅକ୍ଟାକୋର କ୍ୱାଲାକମ ସ୍ନାପଡ୍ରାଗନ ୬୩୬ପ୍ରୋସେସର , ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୫୦୯ଜିପିୟୁ ରହିଛି।

- Advertisement -
courtesy-forbesindia.com

ଫୋନରେ ରିୟରରେ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ ଲେନ୍ସ ୧୩ମେଗାପିକ୍ସେଲର ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ଦିଆଯାଇଛି। ଉଭୟ କ୍ୟାମେରାରେ ଏଲଇଡି ଫ୍ଲାସ ଲାଇଟ ରହିଛି। ଏହି ଫୋନ ୩ଜିବି ରାମ, ୪ଜିବି ରାମ ଏବଂ ୬ଜିବି ରାମ ତଥା ୩୨ଜିବି/୬୪ଜିବି ଷ୍ଟୋରେଜରେ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨ଟିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ ୫୦୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଏବଂ ଏହା ସହିତ ୧୦ୱାଟର ଚାର୍ଜର ମାଗଣାରେ ପାଇପାରିବେ।

courtesy-livemint.com

ସଂଯୋଗ ପାଇଁ ଫୋନରେ ୪ଜି ଏଲଟିଇ, ୱାଇ-ଫାଇ ୮୦୨.୧୧ଏ/ବି/ଜି/ଏନ, ବ୍ଲୁଟୁଥ ୪.୨, ଜିପିଏସ୍‍/ ଏ-ଜିପିଏସ୍‍, ୩.୫ଏମ୍‍ଏମ୍‍ ହେଡଫୋନ ଜ୍ୟାକ, ଟିପଚିହ୍ନ ସେନସର, ଫେସ୍‍ ଅନଲକ ରହିଛି।
ଆସସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ୍‍-୧ର ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୮,୪୯୯ଟଙ୍କା, ଏହାର ୪ଜିବି ରାମ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୦,୪୯୯ଟଙ୍କା ଏବଂ ,ହାର ୬ଜିବି ରାମ ସହିତ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୨,୪୯୯ଟଙ୍କା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories