ସର୍ପାଘାତ ମୃତ ଗୃହରକ୍ଷୀଙ୍କ ପରିବାରକୁ ସମ୍ଭାବନାର ସହାୟତା

ପାଟଣା : ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଗ୍ରାମ ପାରାଭାଡ଼ି ସାହି ବାସିନ୍ଦା ତଥା ହରିଚନ୍ଦନପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପରମାନନ୍ଦ ମହାନ୍ତ (୩୨) ଙ୍କର ସର୍ପାଘାତରେ ଅକାଳ ବିୟୋଗ ଘଟିଥିଲା । ପରମାନନ୍ଦଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଦୁର୍ଦ୍ଦିନରେ ଗତି କରୁଥିବାବେଳେ ଶନିବାର ରାଜା ଚକ୍ରଙ୍କ ଦ୍ଵାରା ପରିଚାଳିତ ସମ୍ଭାବନା ସଂଗଠନ ପକ୍ଷରୁ ଏହି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଦିବଂଗତ ପରମାନନ୍ଦଙ୍କ ପତ୍ନୀ ସବିତାଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିବାବେଳେ ତାଙ୍କ ୫ ବର୍ଷ ପୁଅ ଶୁଭରଞ୍ଜନର ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ପଢା ଖର୍ଚ୍ଚ ବାବଦକୁ ପାଖାପାଖି ୧୬ ହଜାର ଟଙ୍କା ବିଦ୍ୟାଳୟକୁ ସଂଗଠନ ପକ୍ଷରୁ ଦିଆଯିବ ବୋଲି ସୂଚନା ମିଳିଛି । ସମ୍ଭାବନା ପକ୍ଷରୁ ସଞ୍ଜୟ କୁମାର ମିଶ୍ରଙ୍କ ସହ ଅର୍ଜୁନ ସିଂହ, ରବିନ୍ଦ୍ର ମହାନ୍ତ ଓ କରୁଣାକର ବେହେରା ପ୍ରମୁଖ ଅନ୍ୟ ମାନେ ପାରାଭାଡ଼ିକୁ ଯାଇ ସହାୟତା ପ୍ରଦାନ କରିଛନ୍ତି ।

Comments are closed.