www.samajalive.in
Wednesday, December 10, 2025
18.1 C
Bhubaneswar

ଆସିକା ସମବାୟ ଚିନିଶିଳ୍ପ: ଦିନକୁ ଖର୍ଚ୍ଚ ୩ଲକ୍ଷ, ଆଖୁପେଡ଼ା ଶୂନ

ଆସିକା: ଏସିଆ ମହାଦେଶର ପ୍ରଥମ ତଥା ଓଡିଶାର ଏକମାତ୍ର ସମବାୟ ଭିତ୍ତିରେ ପରିଚାଳିତ ଆସିକା ଚିନିଶିଳ୍ପରେ ଏକପ୍ରକାର ଅଚଳାବସ୍ଥା ଲାଗି ରହିଛି। ଚିନି ଉତ୍ପାଦନ ପାଇଁ ବ୍ରଏଲରରେ ଅଗ୍ନିସଂଯୋଗ ଶୁଭାରମ୍ଭକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଚଳିତ ବର୍ଷର ଆଖୁପେଡ଼ା ଆରମ୍ଭ ହୋଇନି। ଏହି କାରଣରୁ ଉକ୍ତ ଚିନିଶିଳ୍ପ ଉପରେ ନିର୍ଭର କରି ଆଖୁଚାଷ କରୁଥିବା ୧୬ ବ୍ଲକର ଚାଷୀ ହତାଶ ହୋଇଛନ୍ତି। ଆଖୁ ଫସଲ ଆଦାୟକୁ ୧୪ ମାସ ଅତିକ୍ରାନ୍ତ ସତ୍ତ୍ବେ ଚିନିଶିଳ୍ପରେ ଆଖୁପେଡା ହୋଇ ପାରିନି। ଜିଲାର ୧୬ଟି ବ୍ଲକରେ ୨୫ଶହ ଏକର ଜମିରେ ୨୬ଶହ ଚାଷୀ ଚଳିତ ବର୍ଷ ୪୫ ହଜାର ଟନ ଆଖୁ ଫସଲ କରିଛନ୍ତି। ବର୍ଷକର ଶେଷ ଭାଗ ଡିସେମ୍ବର ମାସରେ ଆଖୁ ଶର୍କରାଯୁକ୍ତ ହୋଇ ଅମଳକ୍ଷମ ହୋଇଥାଏ। ପ୍ରତିବର୍ଷ ସାରା ଭାରତ ବର୍ଷରେ ଶୀତ ଋତୁର ଡିସେମ୍ବର ମାସରେ ଆଖୁ ଅମଳ ହୋଇ ଚିନିଶିଳ୍ପରେ ପେଡାଯାଏ। ଡିସେମ୍ବରରେ ଆଖୁପେଡା ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶି ଚିନିଶିଳ୍ପକୁ ପ୍ରଦାନ କରିଥାନ୍ତି। କିଛିବର୍ଷ ହେଲା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦ, ଜିଲା ପ୍ରଶାସନ ଓ ରାଜ୍ୟ ସମବାୟ ବିଭାଗର ଅବହେଳା ଯୋଗୁ ଆଖୁପେଡାରେ ବିଳମ୍ବରେ ହେଉଛି। ଏଣେ ଚାଷୀଙ୍କ ବିଲରେ ୪୫ ହଜାର ଟନ ଆଖୁର ମୂଳ ଶୁଖିବାକୁ ଲାଗିଲାଣି। ଏପରିକି ଆଖୁରେ ପତ୍ରସଢା ଓ କାଣ୍ଡବିନ୍ଧା ରୋଗ କାରଣରୁ ଫସଲ ନଷ୍ଟ ହେବାରେ ଲାଗିଛି।

ଏଭଳି ସ୍ଥିତିରେ ଚଳିତ ବର୍ଷ ଆଖୁପେଡା ବିଳମ୍ବ ସୀମା ଲଂଘି ସାରିଲାଣି। ଚିନିଶିଳ୍ପର ନିର୍ବାଚିତ ପରିଚାଳନା ପରିଷଦର କାର୍ଯ୍ୟକାଳ ସରି ଯାଇଛି। ଚିନିଶିଳ୍ପ ପରିଚାଳନା ପରିଷଦର ପ୍ରଶାସନିକ ଅଧିକାରୀ ଭାବେ ଗଞ୍ଜାମ ଜିଲାପାଳ ରହିଛନ୍ତି। ଚିନିଶିଳ୍ପର ସମ୍ପୂର୍ଣ୍ଣ ମରାମତି ସହ କୌଣସି ତ୍ରୁଟି ବି ନାହିଁ। କର୍ମଚାରୀଙ୍କ ପକ୍ଷରୁ କିଛି ଦାବି ରହିଛି। ଏହା ସତ୍ତ୍ବେ ଆଖୁପେଡା ପ୍ରତି ଧ୍ୟାନ ଦିଆଯାଇନି। ଚିନିଶିଳ୍ପକୁ ତୁରନ୍ତ ଚଲାଇବା ପାଇଁ ଗଞ୍ଜାମ ଜିଲା ଆଖୁ ଚାଷୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଗତବର୍ଷ ଆଖୁ ଦର ଟନ ପିଛା ୨୯୭୦ ଟଙ୍କା ଥିବାବେଳେ ଚଳିତବର୍ଷ ଟନ ପିଛା ଆଉ ୧୦ ଟଙ୍କା ବୃଦ୍ଧି କରାଯାଇଛି। ଏଥିରେ ଆଖୁଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଖୁ ପରିବହନ ପାଇଁ ଟେଣ୍ଡର ବିଫଳ ହେବା ପରେ ବିଳମ୍ବରେ ଆଖୁ ପରିବହନ ପାଇଁ ସ୍ଥାନୀୟ ଟ୍ରକ ମାଲିକ ସଂଘ ଶତକଡା ୨୩ ପ୍ରତିଶତ ହାରରେ ଚୁକ୍ତି କରିଛି। ଏତେ ସବୁ ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ଚିନିଶିଳ୍ପ କେଉଁ କାରଣୁର ଚାଲୁ ନାହିଁ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ଜିଲାର ଆଖୁ ଚାଷୀ, ଶ୍ରମିକ, ବୁଦ୍ଧିଜୀବୀ, ବିଭିନ୍ନ ଶ୍ରମିକ ସଂଗଠନ ଚିନିଶିଳ୍ପ ପରିଚାଳନା ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯାଇ ନିରାଶ ହେଉଛନ୍ତି। ଅଫିସ ସମ୍ପୂର୍ଣ୍ଣ ବନ୍ଦ ସହ ଅଧିକାରୀ ଅନୁପସ୍ଥିତି ରହୁଛନ୍ତି। ଅସ୍ଥାୟୀ ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଏହି ପଦରେ ରଖାଯାଇଛି। ଚିନିଶିଳ୍ପରେ ସ୍ଥାୟୀ ପରିଚାଳନା ପରିଷଦ ଅଧିକାରୀ, ମୁଖ୍ୟ ହିସାବ ରକ୍ଷକ, ମୁଖ୍ୟ ରାସାୟନବିତ, ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ନିରାପତ୍ତା ଅଧିକାରୀ, ମାନବସମ୍ବଳ ବିଭାଗ ଅଧିକାରୀ ନାହାଁନ୍ତି।

- Advertisement -

ଗତମାସ ୧୧ ତାରିଖରେ ଚିନିଶିଳ୍ପ ଚାଲୁ କରିବାକୁ ବ୍ରଏଲରରେ ଅଗ୍ନି ସଂଯୋଗ କରାଯାଇଥିଲା। ୧୧ ତାରିଖ ଠାରୁ ଆଜିଯାଏଁ ଦିନକୁ ଦେକ୍ଷଲକ୍ଷ ଟଙ୍କାର କାଠ ଜଳା ଯାଉଛି। ଚିନିଶିଳ୍ପ ଚାଲିବା ନୀତିରେ ଦୈନିକ କର୍ମଚାରୀଙ୍କୁ ଦେଡଲକ୍ଷ ଟଙ୍କା ଦରମା ବି ଦିଆଯାଉଛି। କିନ୍ତୁ ଶିଳ୍ପ ଚାଲୁ କରିବା ତ ଦୂରର କଥା ଅଗ୍ନି ସଂଯୋଜିତ ବ୍ରଏଲର ବନ୍ଦ କରି ଦିଆଯାଇଛି। ଆସିକା ଚିନିଶିଳ୍ପ ଏହିଭଳି ଚରମ ଅବ୍ୟବସ୍ଥାରେ ଗତି କରୁଥିବା ବେଳେ ସ୍ଥାନୀୟ ବିଧାୟକ, ସାଂସଦ ନିରବ ରହିଛନ୍ତି। ବାଡ ଖାଏ ଫସଲ ନୀତିରେ ଚିନିଶିଳ୍ପ ପରିଚାଳିତ ହେଉଛି। ପରିଚାଳନା ପରିଷଦ , ଜିଲା ପ୍ରଶାସନ, ରାଜ୍ୟ ସମବାୟ ବିଭାଗ ଛକାପଞ୍ଝାରେ ଆଖୁପେଡା ଅଟକି ଯାଇଛି।
୧୬ଟି ବ୍ଲକରେ ଜନ ପ୍ରତିନିଧି, ସ୍ଥାନୀୟ ବିଧାୟକ ପାଟି ଖୋଲୁ ନଥିବାରୁ ଆଖୁ ଚାଷିମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଚିନିଶିଳ୍ପଟି ଦୈନିକ ମଦ ପ୍ରସ୍ତୁତି କରି ୧୫ ଲକ୍ଷ ଟଙ୍କା ଲାଭ କରୁଥିବା ବେଳେ ଜାଣିଶୁଣି ଏହି ଚିନିଶିଳ୍ପଟିକୁ ରୁଗଣ କରି ଦିଆଯାଉଛି। ଆସିକା ସୂତାକଳକୁ ଶାଗ ମାଛ ଦରରେ ଜଣେ ଘରୋଇ ଶିଳ୍ପପତିଙ୍କୁ ବିକିଲା ଭଲି ଆସିକା ସମବାୟ ଚିନିଶିଳ୍ପକୁ ବିକ୍ରି ପାଇଁ ଚକ୍ରାନ୍ତ ହେଉଥିବା ଆଲୋଚନା ହେଲାଣି। ଗତକାଲି ଆସିକା ଗସ୍ତରେ ଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗି ଏକ ସାଧାରଣ ସଭାରେ ତାଙ୍କ ବକ୍ତବ୍ୟରେ ଚିନିଶିଳ୍ପରେ ଆଖୁପେଡାନଯିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଜିଲା ପ୍ରଶାସନର ଅପରାଗତା ଓ ରାଜ୍ୟ ସରକାରଙ୍କ ନୀତିର ସମାଲୋଚନା କରିଥିଲେ।

ପରିବହନ ଦର ଏବଂ ଶ୍ରମିକଙ୍କ ଦାବି ଉପରେ ଆଲୋଚନା ହୋଇନପାରିବାରୁ ଆଖୁପେଡା ବିଳମ୍ବ ହୋଇଛି ବୋଲି କହିଛନ୍ତି ପରିଚାଳନା ପରିଷଦର ସମ୍ପାଦକ ଚନ୍ଦ୍ରଶେଖର ରେଡ୍ଡୀ। ଚିନିଶିଳ୍ପରେ ଆଉ କୌଣସି ସମସ୍ୟା ନାହିଁ। ପରିବହନକୁ ନେଇ ସମସ୍ୟା ରହିଥିଲା। ନିକଟରେ ଜିଲାପାଳଙ୍କ ହସ୍ତକ୍ଷେପରେ ସେ ସମସ୍ୟାର ସମାଧାନ ହୋଇସାରିଛି। ଖୁବଶୀଘ୍ର ଆଖୁପେଡା ଆରମ୍ଭ ହେବ ବୋଲି କହିଛନ୍ତି ପରିଚାଳନା ଅଧିକାରୀ ଦିଲୀପକୁମାର ବଳ। ଆଖୁପେଡାରେ ବିଳମ୍ବ ହୋଇଛି କିନ୍ତୁ ବନ୍ଦ ହୋଇନି ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories