ଆସିକା: ଗଞ୍ଜାମ ଜିଲ୍ଲା କୋଚିନଡା ଥାନା ନୂଆପଲ୍ଲି ଛକରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଘରେ ପଶିଲା କାର୍ , ଜଣେ ମୃତ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ କାର୍ ସମ୍ବଲପୁରରୁ ପଥରା ଆସୁଥିବାବେଳେ କାରଟିର ଚକା ଫାଟି ଯାଇଥିଲା। ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘରକୁ ପଶିଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଆସିକା ଓ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମୁପର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୋଟିନଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



