www.samajalive.in
Friday, December 5, 2025
17.1 C
Bhubaneswar

ଶାକୁସିଙ୍ଗା ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ: ଡାଇଭର୍ସନ ରାସ୍ତା ସାଜିଛି ମରଣଯନ୍ତା, ଯାତ୍ରୀ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅର୍ନ୍ତଗତ ଧଳପୁର- ଶାକୁସିଙ୍ଗା ଜଗନ୍ନାଥ ସଡକ ଉପରେ ରହିଥିବା ଶାକୁସିଙ୍ଗା ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ପୋଲ କାର୍ଯ୍ୟ ନିର୍ମାଣାଧୀନ ରହିଛି। ଲଗାତର ୨୦ ଦିନରୁ ଅଧିକ ସମୟ ହେଲା ବର୍ଷାଯୋଗୁଁଁ ପୋଲ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ଅନ୍ୟପଟେ ଏହାର ଡାଇଭର୍ସନ ରାସ୍ତାଟି ବର୍ତମାନ କାଦୁଅ ପଚ ପଚ ଅବସ୍ଥା ଯୋଗୁଁଁ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତ ମଙ୍ଗଳବାର ଏହି ରାସ୍ତା ଦେଇ ଏକ ଘୋରଇ ବସ୍ ଆଠମଲ୍ଲିକରୁ ଧଳପୁର ଅଭିମୁଖେ ଯାଉଥିବାବେଳେ ଗାଡିଚକା ହୋମ ପାଇପ୍‌ରେ ପଶିଯିବାରୁ ଆଠମଲ୍ଲିକ ମାଣିକପଥର ଅଞ୍ଚଳର ଜଣେ ମହିଳା ଯାତ୍ରୀଙ୍କ ପେଟରେ ଗୁରୁତର ଆଘାତ ଲାଗିଥିବା ଭଳି ଦୁର୍ଭାଗ୍ୟଜନକ ଘଟଣା ନଜରକୁ ଆସିଛି। ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ, ଜଣେ ସାଧାରଣ ମଣିଷ ଚାଲି ଚାଲି ଯିବା ମଧ୍ୟ କଷ୍ଟକର। ଏହାସତ୍ୱେ ବର୍ଷା ପୂର୍ବରୁ ଡାଇଭର୍ସନ ରାସ୍ତା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜିଦେବା ଘଟଣାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ଖରଶଙ୍କୁଲେଇଠାରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ ପରେ ଧଳପୁର-ହରଭଙ୍ଗା ଜଗନ୍ନାଥ ସଡକର ଗୁରୁତ୍ୱ ବୃଦ୍ଧି ପାଇଛି। ଏହା ସହିତ ଉଭୟ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ପାର୍ଶ୍ବରୁ ଏବଂ ବୌଦ୍ଧ ଜିଲ୍ଲା ଧଳପୁର, ହରଭଙ୍ଗା, ପୁରୁଣାକଟକ ଆଦି ବିଭିନ୍ନ ଅଞ୍ଚଳରୁ ବଡ ବଡ ଯାତ୍ରୀବାହୀ ବସ୍ ସହିତ କୋଇଲା, ବାଲି ବୋଝେଇ ଭାରିଯାନ ଚଳାଚଳ ବୃଦ୍ଧି ପାଇଛି। ସବୁ ସମୟରେ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶାକୁଶିଙ୍ଗା ପୋଲ ଉପରେ ହାଏ ଲେବୁଲ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଅଧପନ୍ତରିଆ ପୋଲ ନିର୍ମାଣ ଯୋଗୁଁଁ ଗତ ବର୍ଷ ଜୁଲାଇ ମାସରେ ଡାଇଭରସନ ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିଲା। ଯାହାଫଳରେ ଏହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଚଳିତବର୍ଷ ମେ’ ମାସରୁ ନୂଆ ଡ୍ରଇଂ, ଡିଜାଇନରେ ପୋଲ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ପୋଲ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଆହୁରି ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି। ମାତ୍ର ବର୍ଷା ସମୟରେ ଡାଇଭର୍ସନ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁଁ ଉଭୟ ଜିଲ୍ଲାର ହଜାର ହଜାର ଯାତ୍ରୀଙ୍କ ନିମନ୍ତେ ଯାତାୟତ ପାଇଁ ରାସ୍ତା ମରଣଯନ୍ତା ପାଲଟିଛି। ଏ ଦିଗରେ ପୂର୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବୌଦ୍ଧ ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ଦିପ ଛୁଆଲ ସିଂଙ୍କୁ ପଚାରିବାରୁ ସେ କହିଲେ, ରାତିରେ କୋଇଲା ଟ୍ରକ ଅଧିକ ଯାଉଥିବାରୁ ଡାଇଭର୍ସନ ରାସ୍ତା ନଷ୍ଟ ହୋଇଯାଉଛି। ଆମେ ଠିକାଦାରଙ୍କୁ ଡାଇଭର୍ସନ ରାସ୍ତା ନିର୍ମାଣ ପାଇଁ କହିଛୁ ବୋଲି କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories