www.samajalive.in
Friday, December 5, 2025
26.1 C
Bhubaneswar

ମୋହନ ମାଝୀ ତୁମେ ଗାଦି ଛାଡ- ବିଜେଡି

ସମାଜ ଡିଜିଟାଲ ଡେସ୍କ: ସରକାରଙ୍କୁ ନ୍ୟାୟ ମାଗି ମାଗି ନ୍ୟାୟ ନମିଳିବାରୁ ଶେଷରେ ଆତ୍ମାହୁତି ଦେଲା ଜଣେ ଛାତ୍ରୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି ବିରୋଧୀ ବିଜେଡି । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେ, ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେଇପାରୁନ । ଓଡ଼ିଶାବାସୀଙ୍କୁ କଣ ନ୍ୟାୟ ଦେବ । ସରକାରରେ ଥାଇ ଜଣେ ଛାତ୍ରୀ ଆପଣଙ୍କୁ ଗୁହାରି କରି ଶେଷରେ ଜୀବନ ହାରିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ବନ୍ଦ ପାଳନ କରାଯିବା ସହ ଭୁବନେଶ୍ୱରରେ ଦଳ ଆନ୍ଦୋଳନକୁ ତୀବ୍ର କରିଛି ।

ଦଳର ଶତାଧିକ କର୍ମୀ ଲୋକସଭା ଭବନ ଘେରିବାକୁ ଉଦ୍ୟମ କରିଥିବା ବେଳେ ଲୋୟର ପିଏମଜି ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ବିଜେଡି କର୍ମୀମାନେ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ଓ ଲୁହାବୁହା ଗ୍ୟାସ ମାଡ କରିଥିଲା ପୁଲିସ । ଫଳରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି ନେତା ବବି ଦାସ, ସୁଲତା ଦେଓ ଏବଂ ପ୍ରୀତି ଘଢେଇ ଆହତ ହୋଇଛନ୍ତି । ବିଜେଡି ନେତା ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋହନ ମାଝୀ ତୁମେ ସରକାର ସମ୍ଭାଳି ପାରୁନ ଗାଦି ଛାଡିଦିଅ । ପୁଲିସ ଲଗାଇ ଆମକୁ ଡରାଇ ପାରିବନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମଳିବା ଯାଏଁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories