www.samajalive.in
Friday, December 5, 2025
23.1 C
Bhubaneswar

ବ୍ଲକ ପ୍ରଶାସନ ନାକତଳେ ଯୋଜନା ବାଟବଣା: ଗାଡୁଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ହରଭଙ୍ଗା: ମୂଲ କଲେ ଚୁଲି ଜଳେ। ପେଟ ଚାଖଣ୍ଡକ କଥା ଚିନ୍ତା କରୁ କରୁ ଦିନ ସରିଯାଏ। ଏଭଳି ଅବସ୍ଥାରେ ଦୁଃଖେ କଷ୍ଟେ ଦିନେ ୭ ପ୍ରାଣୀ କୁଟୁମ୍ବ କଥା ବୁଝୁଥିବା ଲୋକଟି ଏବେ ଶଯ୍ୟାଶାୟୀ। ବାତ ଯୋଗୁଁଁ ଦୀର୍ଘ ୫ବର୍ଷ ହେଲା ଚାଲିବୁଲି ପାରୁନାହିଁ। ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଠିଡିକାଯୋର ଗ୍ରାମର ଅସହାୟ ଗରିବ ଗାଡୁ କହଁରଙ୍କ କ୍ଷେତ୍ରରେ।

ବାଣୀଭୂଷଣପୁର ପଞ୍ଚାୟତ ଠିଡିକାଯୋର ଗ୍ରାମର ବାସିନ୍ଦା ଗାଡୁ କହଁର। ପରିବାର କହିଲେ ପତ୍ନୀ ସବିତା ୪ ଝିଅ, ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ଜଳେ ଚୁଲି। ଦଇବ ଦାଉରେ ବାତରୋଗ ପାଇଁ ଗାଡୁ ଆଉ ଚାଲିବୁଲି ପାରୁନାହାନ୍ତି। କାମଧନ୍ଦା କରିପାରୁ ନ ଥିବାରୁ ଏବେ ପତ୍ନୀ ସବିତା ମୂଲ କଲେ ଚୁଲି ଜଳେ। ଗୋଟିଏ ପଟେ ସ୍ୱାମୀଙ୍କ ଏଭଳି ଅବସ୍ଥା ଯୋଗୁଁଁ ଚିକିତ୍ସା ଚିନ୍ତାରେ ପତ୍ନୀ। ହାତରେ ପଇସା ନ ଥିବାରୁ ସ୍ୱାମୀଙ୍କ ଚିକିତ୍ସା ହୋଇପାରୁନାହିଁ। ଗୋଟିଏ ପଟେ ପରିବାର ବୋଝ ଅନ୍ୟପଟେ ସ୍ୱାମୀଙ୍କ ଚିକିତ୍ସା ଚିନ୍ତା। ଏଭଳି ଅବସ୍ଥାରେ ରାସନକାର୍ଡରେ ମିଳୁଥିବା କେତେ କେଜି ଚାଉଳ ତାଙ୍କ ପରିବାର ପାଇଁ ଏକମାତ୍ର ସରକାରୀ ସହାୟତା। ଭୋଟର କାର୍ଡରେ ବୟସ ୬୪ବର୍ଷ ହୋଇଥିବାବେଳେ ଆଧାର କାର୍ଡରେ ବୟସ ୫୪ ହୋଇଥିବାରୁ ସେ ଭତ୍ତାରୁ ବଂଚିତ। ଏହା ସହିତ ଘରଡିହ ନ ଥିବାରୁ ଆବାସ ଘର ମଧ୍ୟ ସାତସପନ। ଏଭଳି ଅବସ୍ଥାରେ ଦୁଃଖେ କଷ୍ଟେ ଦିନ କାଟୁଥିବା ଗରିବ ଅସହାୟ ଗାଡୁଙ୍କ ଉପରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ଦିଲ୍ଲିପ ପ୍ରଧାନ ଦାବି କରିଛନ୍ତି। ତୁରନ୍ତ ତାଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories