www.samajalive.in
Monday, December 15, 2025
15.1 C
Bhubaneswar

୯୦୦ ଜଣିଆ ଦଳ ପଠାଇବାକୁ ଆଇଓଏର ଯୋଜନା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆର ୨ଟି ସହର ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ରେ ଆୟୋଜନ ହେବ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ ଏକ ୨୩୭୦ ଜଣିଆ ସମ୍ଭାବ୍ୟ ପ୍ରତିଯୋଗୀଙ୍କ ତାଲିକା ପ୍ରସ୍ତୁତ କରିସାରିଛି। ଏଥିରେ ୧୯୩୮ କ୍ରୀଡ଼ାବିତ୍‍ ଥିବା ବେଳେ ୩୯୯ ଅଫିସିଆଲ ଅଛନ୍ତି। ତେବେ ଏଥର ଏସୀୟ କ୍ରୀଡ଼ାକୁ ପାଖାପାଖି ୯୦୦ ଜଣିଆ ଦଳ ପଠାଇବା ଲାଗି ଆଇଓଏ ଯୋଜନା କରିଛି ବୋଲି ଏହାର ସଭାପତି ନରିନ୍ଦର ବାତ୍ରା ଓ ମହାସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି।
ଏହି ପାଖାପାଖି ୯୦୦ କ୍ରୀଡ଼ାବିତ୍‍ଙ୍କ ମଧ୍ୟରୁ ୬୨୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ୍‍ ଓ ପ୍ରାୟ ୨୭୩ ଜଣ ଅଫିସିଆଲ୍‍ ଇଣ୍ଡୋନେସିଆ ଯାଇପାରନ୍ତି। ଜୁନ୍‍ ୩୦ ସୁଦ୍ଧା ଚୂଡ଼ାନ୍ତ ଖେଳାଳି ଓ ଅଫିସିଆଲ ତାଲିକା ପ୍ରକାଶ ପାଇବ ବୋଲି ବାତ୍ରା ଓ ମେହେଟ୍ଟା ଏଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୂଚନାଯୋଗ୍ୟ; ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ୫୪୧ ଜଣ କ୍ରୀଡ଼ାବିତ୍‍ ୨୮ଟି ଖେଳରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଖେଳାଳି ୧୧ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ୍‍ ସହ ମୋଟ ୫୭ଟି ପଦକ ଜିତି ତାଲିକାର ୮ମ ସ୍ଥାନରେ ଥିଲା। ଏଥର ଆଇଓଏ ପ୍ରାୟ ୯୦୦ ଜଣିଆ ଦଳ ପଠାଇବାର ଯୋଜନା ରଖିଥିଲେ ହେଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏହାକୁ ଛୋଟ କରିପାରିବ। ଫୁଟ୍‍ବଲରେ ଭାରତର ଉନ୍ନତ ପ୍ରଦର୍ଶନ ଯୋଗୁଁ ଏସୀୟ କ୍ରୀଡ଼ାରେ ଭାରତୀୟ ୨୩ ବର୍ଷରୁ କମ୍‍ ଦଳକୁ ଭାଗନେବାର ସୁଯୋଗ ମିଳିପାରେ ବୋଲି ବାତ୍ରା କହିଛନ୍ତି। ବର୍ତ୍ତମାନ ଫିଫା ମାନ୍ୟତା ଅନୁସାରେ ଭାରତୀୟ ଫୁଟ୍‍ବଲ ଦଳ ଏସିଆରେ ୧୬ଶ ସ୍ଥାନରେ ରହିଛି। ଅନ୍ୟ କ୍ରୀଡ଼ା ପାଇଁ ସେମାନଙ୍କ ଜାତୀୟ ମହାସଂଘ ଏସୀୟ କ୍ରୀଡ଼ା ଲାଗି ଖେଳାଳି ମନୋନୟନ କରିବେ। ସାଇ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ଅନୁମୋଦନ ପାଇବା ପରେ ସେମାନଙ୍କୁ ଇଣ୍ଡୋନେସିଆ ପଠାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories