www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆ କପ୍‍ କ୍ରିକେଟ : ଦୁବାଇରେ ପହଞ୍ଚିଲା ଭାରତୀୟ ଦଳ

ଦୁବାଇ : ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଗୁରୁବାର ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ଦୁବାଇ ସହରରେ ପହଞ୍ଚିଛି। ମୁମ୍ବଇରୁ ଭାରତୀୟ ଦଳ ଦୁବାଇ ଯାତ୍ରା କରିଥିଲା। ବିରାଟ କୋହଲି ଏସିଆ କପ୍‍ରୁ ବିଶ୍ରାମ ନେଇଥିବାରୁ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି। ଟୁର୍ଣ୍ଣାମେଣ୍ଟରେ ୬ଟି ଦେଶ ଭାଗ ନେଉଛନ୍ତି। ବହୁତଦିନ ପରେ ଭାରତୀୟ ଦଳକୁ ବ୍ୟାଟ୍‍ସମ୍ୟାନ୍‍ କେଦାର ଯାଦବ ଓ ଅମ୍ବତି ରାୟୁଡୁ ଓ ବାମହାତି ସ୍ପିନର ଅକ୍ଷର ପଟେଲ ଫେରିଛନ୍ତି। ଆଇପିଏଲ୍‍ର ପ୍ରଥମ ମ୍ୟାଚ୍‍ ଖେଳୁଥିବା ବେଳେ କେଦାର ଆହତ ହୋଇଥିଲେ। ଅସ୍ତ୍ରୋପଚାର ପରେ କେଦାର ଦଳକୁ ଫେରିଛନ୍ତି। ପୁଣି ଆହତ ଥିବା ଯୋଗୁଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ଖେଳିନଥିବା ସ୍ୱିଙ୍ଗ୍‍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଏକମାତ୍ର ନବାଗତ ଭାବେ ବାମହାତି ପେସ୍‍ ବୋଲର ଖଲିଲ ଅହମ୍ମଦ ରହିଛନ୍ତି। ଇଂଲଣ୍ଡରେ ଟେଷ୍ଟ ସିରିଜ୍‍ରେ ସ୍ଥାନ ପାଇନଥିବା ଖେଳାଳିମାନେ ମୁମ୍ବଇରୁ ଦୁବାଇ ଯାତ୍ରା କରିଛନ୍ତି। ଟେଷ୍ଟ ସିରିଜ୍‍ ଖେଳୁଥିବା ଶିଖର ଧାୱନ, କେ.ଏଲ୍‍. ରାହୁଲ, ଯଶପ୍ରୀତ ବୁମ୍‍ରା ଓ ହାର୍ଦିକ ପାଣ୍ଡ୍ୟା ଓ ସାର୍ଦୁଳ ଠାକୁର ଇଂଲଣ୍ଡରୁ ସିଧା ଶୁକ୍ରବାର ଦୁବାଇରେ ପହଞ୍ଚିବେ। ଆସନ୍ତା ୧୮ରେ ହଂକଂ ବିପକ୍ଷରେ ଭାରତ ଗ୍ରୁପ୍‍ ‘ବି’ର ପ୍ରଥମ ମ୍ୟାଚ୍‍ ଖେଳିବ। ୧୯ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ୨ୟ ମ୍ୟାଚ୍‍ ଖେଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories